Odisha Winter Update: ୧୦ ଡିଗ୍ରୀ ତଳକୁ ଖସିଲା ପାରଦ, ଜି. ଉଦୟଗିରି ସବୁଠୁ ଥଣ୍ଡା
AI-generated editorial illustration for this story.
ବିଳମ୍ବରେ ହେଲେ ମଧ୍ୟ ଓଡ଼ିଶାକୁ ଫେରିଛି ଶୀତ। ରାଜ୍ୟରେ ତାପମାତ୍ରା 10 ଡିଗ୍ରୀ ସେଲସିୟସ୍ ତଳକୁ ଖସିଥିବା ବେଳେ କନ୍ଧମାଳର ଜି. ଉଦୟଗିରି 8.6 ଡିଗ୍ରୀ ସେଲସିୟସ୍ ସହ ସବୁଠୁ ଥଣ୍ଡା ସ୍ଥାନ ହୋଇଛି। ଦାରିଙ୍ଗବାଡ଼ିରେ 11.5, ଝାରସୁଗୁଡ଼ାରେ 11.8 ଓ ଫୁଲବାଣୀରେ 12 ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଛି।
ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଧୀରେ ଧୀରେ ବଢ଼ୁଛି। ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଶୁଷ୍କ ଓ ଥଣ୍ଡା ପବନ ବହୁଛି। ଏହା ସହ ଗୁରୁଚାପ ବଳୟର ପ୍ରଭାବରେ ଆଗାମୀ ଦିନରେ ରାତିର ତାପମାତ୍ରା ଆହୁରି ଖସିବାର ସମ୍ଭାବନା ରହିଛି।
ଆଗାମୀ 7 ଦିନ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ଅଛି। ବିଭିନ୍ନ ସ୍ଥାନରେ ସକାଳେ କୁହୁଡ଼ି ଦେଖାଦେଇପାରେ ଏବଂ ଶୀତ ଅଧିକ ଅନୁଭୂତ ହୋଇପାରେ।

