Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Puri Temple Land: ମହାପ୍ରଭୁଙ୍କ ଖାତାକୁ ଫେରିଲା ୨୫୦ କୋଟି ଟଙ୍କାର ଜମି

1927 ମସିହାର ରାଜସ୍ୱ ନଥି ଆଧାରରେ ପୁରୀ ଦାମୋଦରପୁର ଶାସନ ମୌଜାର 52.22 ଏକର ଜମି ଜଗନ୍ନାଥ ମହାପ୍ରଭୁଙ୍କ ଖାତାକୁ ଫେରିଛି।

ପୁରୀର ଦାମୋଦରପୁର ଶାସନ ମୌଜାରେ 52.22 ଏକର ଶ୍ରୀମନ୍ଦିର ଜମି ଜଗନ୍ନାଥ ମହାପ୍ରଭୁଙ୍କ ଖାତାକୁ ଫେରିଛି। ଏହି ଜମିର ମୂଲ୍ୟ 250 କୋଟି ଟଙ୍କା ବୋଲି ଉଲ୍ଲେଖ ରହିଛି।
ଏହି ଜମିର 42ଟି ପ୍ଲଟ୍‌ ପୂର୍ବରୁ ମହନ୍ତଙ୍କ ନାଁରେ ରେକର୍ଡ ହୋଇଥିଲା। ଓଡ଼ିଶା ରାଜସ୍ୱ ପର୍ଷଦ ସଦସ୍ୟ ସତ୍ୟବ୍ରତ ସାହୁଙ୍କ ହସ୍ତକ୍ଷେପ ପରେ ପୁରୁଣା ରାଜସ୍ୱ ନଥି ଯାଞ୍ଚ କରାଯାଇଥିଲା। 1927 ମସିହାର ରାଜସ୍ୱ ନଥିକୁ ଆଧାର କରି ଜମିକୁ ପୁଣି ମହାପ୍ରଭୁଙ୍କ ଖାତାରେ ଦର୍ଜ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ