Odisha Cold Wave: ଘନ କୁହୁଡ଼ିରେ ଯାତାୟାତ ବାଧାପ୍ରାପ୍ତ, ଆହୁରି କମିପାରେ ରାତି ତାପମାତ୍ରା
AI-generated editorial illustration for this story.
ଓଡ଼ିଶାରେ ଶୀତ ବଢ଼ିଛି। 28 ନଭେମ୍ବରରେ ପୂର୍ବଦିନ ତୁଳନାରେ ତାପମାତ୍ରା କମିଥିବା ବେଳେ ଅନେକ ସ୍ଥାନରେ ଘନ କୁହୁଡ଼ି ଦେଖାଦେଇଛି। କୁହୁଡ଼ି ଯୋଗୁଁ ଦୃଶ୍ୟମାନ ଦୂରତା କମିବାରୁ ଯାତାୟାତରେ ବାଧା ହେଉଛି। ଆଗାମୀ ଦିନରେ ରାତିର ତାପମାତ୍ରା ଆହୁରି 2ରୁ 4 ଡିଗ୍ରୀ ସେଲସିୟସ କମିପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।
ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଶୁଷ୍କ ଓ ଥଣ୍ଡା ପବନ ବହୁଛି। ଉଚ୍ଚ ଚାପ ବଳୟର ପ୍ରଭାବରେ ଆଗକୁ ରାତିର ତାପମାତ୍ରା ଆହୁରି କମିବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ, ଆଗାମୀ 7 ଦିନ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ବିଭିନ୍ନ ସ୍ଥାନରେ ସକାଳେ କୁହୁଡ଼ି ଦେଖାଦେବା ସହ ଶୀତ ଅଧିକ ଅନୁଭୂତ ହେବ।
ଝାରସୁଗୁଡ଼ାରେ ରାତିର ସର୍ବନିମ୍ନ ତାପମାତ୍ରା 10.8 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ରାଉରକେଲାରେ ଏହା 12.3 ଡିଗ୍ରୀ, କେନ୍ଦୁଝରରେ 13.0 ଡିଗ୍ରୀ, ସମ୍ବଲପୁରରେ 13.8 ଡିଗ୍ରୀ, ବାଲେଶ୍ୱରରେ 15.0 ଡିଗ୍ରୀ ଓ ହୀରାକୁଦରେ 15.6 ଡିଗ୍ରୀ ସେଲସିୟସ ରହିଛି।

