Gajapati Kidnapping: ରାମଗିରିରୁ ଯୁବତୀ ଉଦ୍ଧାର, Bolero ଜବତ; ଦୁଇ ଅଟକ
AI-generated editorial illustration for this story.
ଗଜପତି ଜିଲ୍ଲାର ଆର୍. ଉଦୟଗିରି ଥାନା ଅଞ୍ଚଳରେ ଯୁବତୀ ଅପହରଣ ଘଟଣାରେ ପୋଲିସ ତାଙ୍କୁ ରାମଗିରି ଅଞ୍ଚଳରୁ ଉଦ୍ଧାର କରିଛି। ଅପହରଣରେ ବ୍ୟବହୃତ ହୋଇଥିବା ବୋଲେରୋକୁ ପୋଲିସ ଜବତ କରିଛି। ଗାଡ଼ିଚାଳକଙ୍କ ସମେତ 2 ଜଣଙ୍କୁ ଅଟକ ରଖି ପଚରାଉଚରା ଚାଲିଛି।
ଯୁବତୀଙ୍କ ଘର ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅଧୀନ ମହାଲିଙ୍ଗ ଗାଁରେ। ଶୁକ୍ରବାର ସେ ବାପାମାଆଙ୍କ ସହ ରାମଗିରି ଅଞ୍ଚଳର ଅଞ୍ଚୁମା ଗାଁକୁ ବୁଲିବାକୁ ଆସିଥିଲେ। ଘରକୁ ଫେରିବା ବେଳେ ଗଞ୍ଜାମ ଜିଲ୍ଲା ସୀମାନ୍ତରେ କିଛି ଲୋକ ବୋଲେରୋରେ ଆସି ତାଙ୍କୁ ଉଠାଇ ନେଇଥିଲେ। ଏହି ଘଟଣାରେ ଅନ୍ୟ ଅଭିଯୁକ୍ତମାନେ ଏବେ ବି ଫେରାର ଅଛନ୍ତି।

