Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ଏଗ୍ରୋଟେକ ଉତ୍ପାଦକ କମ୍ପାନୀ ଲିମିଟେଡ଼ର କାର୍ଯ୍ୟକର୍ତ୍ତାଙ୍କ ବୈଠକ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି କାର୍ଯ୍ୟାଳୟ ଠାରେ କଳାହାଣ୍ଡି ଏଗ୍ରୋଟେକ ଉତ୍ପାଦକ କମ୍ପାନୀ ଲିମିଟେଡ଼ ର କର୍ମକର୍ତ୍ତା ମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।ଏଥିରେ କମ୍ପାନୀ ର ପରିଚାଳନା ନିର୍ଦ୍ଦେଶକ ତିରଞ୍ଜି ମେର୍ଲି, ଙ୍କ ଅଧ୍ୟକ୍ଷତାରେ ନିର୍ଦ୍ଧେଶିକା/ନିର୍ଦେଶକ ମାନେ ଯୋଗ ଦେଇ ଥିବା ବେଳେ ପରାମର୍ଶ ଦାତା ଭାବେ ଧର୍ମ ସାଗର ପ୍ରଧାନ ଯୋଗ ଦେଇ କମ୍ପାନୀ ର ଅଂଶଧନ ବୃଦ୍ଧି, ବ୍ୟବସାୟ ଯୋଜନା,କୃଷକ ମାନଙ୍କ ତଥ୍ୟ ସଂଗ୍ରହ, କମ୍ପାନୀର ଏକାଉଣ୍ଟ ଖୋଲିବା ବିଷୟ ଗୁଡ଼ିକ ଉପରେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ନିର୍ଦେଶୀକା ନିଳେନ୍ଦ୍ରୀ ସାହୁ,ଭାନୁମତି ପଧାନ, ନିର୍ଦେଶକ ବାଲ୍ମୀକି ଛତ୍ରୀଆ ,ରାଧୁ ରଣା,ପ୍ରମୁଖ ଯୋଗ ଦେଇଥିବା ବେଳେ ଏବିପିସି ପ୍ରଦୀପ କୁମାର ସାହୁ ବୈଠକ କୁ ଆୟୋଜନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ