Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗ୍ୟାସ ଦର ବୃଦ୍ଧି-ବିଦ୍ୟୁତ୍ କାଟ୍‌କୁ ନେଇ ବର୍ଷିଲେ ପିସିସି ସଭାପତି; କହିଲେ ଉଭୟ ଦଳ ଲୋକଙ୍କ ସହ ଡ୍ରାମା କରୁଛନ୍ତି

ଭୁବନେଶ୍ୱର: ଗ୍ୟାସ ଦର ବୃଦ୍ଧି ଓ ବିଦ୍ୟୁତ କାଟକୁ ନେଇ ତେଜୁଛି ରାଜନୀତି। ଗୋଟେ ପଟେ ଗ୍ୟାସ ଦର ବୃଦ୍ଧିକୁ ନେଇ ବିଜେଡି ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଅନ୍ୟପଟେ ବିଦ୍ୟୁତ୍ କାଟକୁ ନେଇ ବିଜେପି ରାଜନୀତି କରୁଥିବା ଦେଖିବାକୁ ମିଳିଛି। ତେବେ ଦୁଇ ଜଣଙ୍କ କଳି‌ରେ ତୃତୀୟ ଜଣ ଫାଇଦା ନେଲା ଭଳି ଦୁଇ ଦଳକୁ ସମାଲୋଚନା କରିଛି କଂଗ୍ରେସ । ବୁଧବାର ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଉଭୟ ବିଜେଡି, ବିଜେପି ଉପରେ ବର୍ଷିଛନ୍ତି ।

ସେ କହିଛନ୍ତି, ବିଜେପି ଓ ବିଜେଡି ଉଭୟ ଦଳ ଲୋକଙ୍କ ସହ ଖେଳୁଛନ୍ତି, ଡ୍ରାମା କରୁଛନ୍ତି । ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପାଇଁ ବିଜେପି ଦାୟୀ । କିନ୍ତୁ ଦଳ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ବିଦ୍ୟୁତ୍ କାଟକୁ ନେଇ ପ୍ରତିବାଦ କରୁଛି । ସେହିଭଳି ବିଦ୍ୟୁତ୍ କାଟ ପାଇଁ ବିଜେଡି ଦାୟୀ ଥିବା ବେଳେ ସେ ଗ୍ୟାସକୁ ନେଇ ପ୍ରତିବାଦ କରୁଛି । ପ୍ରଚଣ୍ଡ ତାତିକୁ ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ଦଳ ଆସନ୍ତା ୧୯ ତାରିଖରେ ଗ୍ରୀଡକୋ ଅଫିସ୍ ଘେରାଉ କରିବ ବୋଲି ସୂଚନା ଦେଇଛି ।

ଏଭଳି ଭାବେ ଶରତ ଦୁଇ ଦଳକୁ କଟାକ୍ଷ କରି କହିଛନ୍ତି। ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକ ବିଦ୍ୟୁତ୍ ଦରକୁ ନେଇ କହିଛନ୍ତି, ଓଡ଼ିଶାରେ ବିଜୁଳି ଦର ୨୨୦ ପ୍ରତିଶତ ବଢ଼ିଥିବା ବେଳେ ଗ୍ୟାସ୍ ଦର ଗତ ୧୦ ବର୍ଷରେ ୨୫୦ ପ୍ରତିଶତ ବୃଦ୍ଧି ପାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ