Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପାଣି ଆଶାରେ ଜିରାନଦୀ ବାନ୍ଧିବାକୁ ଚାଷୀଙ୍କ ପ୍ରଚେଷ୍ଠା

ବରପାଲି :ବରପାଲି ବ୍ଲକ୍ ଅନ୍ତର୍ଗତ ବରମକେଲା ପଞ୍ଚାୟତ ଗ୍ରିଣ୍ଡ୍ରୋଲା ଗ୍ରାମର ଚାଷୀ ମାନେ ପାଣିପାଇଁ ଜିରାନଦୀରେ ବନ୍ଧା ବାନ୍ଧିବାକୁ ଗୋଡ କାଢିଥିବା ଦେଖାଯାଇଛି। ଜିରାରେ ପ୍ରବାହିତ ପାଣି ଭରଷାରେ ଅଞ୍ଚଳର ଚାଷୀମାନେ ଉଠା ଜଳସେଚନ ମାଧ୍ଯମରେ ଭିନ୍ନଭିନ୍ନ ଜାତିୟ ପନିପରିବା ଚାଷ ବହୁ ଦିନରୁ କରିଆସୁଛନ୍ତି। ହେଲେ ଆଷାଢ଼ ମାସ ଅନ୍ତିମ ସମୟକୁ ଅଗ୍ରଗତି ନେଉଥିବା ବେଳେ ରଥଯାତ୍ରା ଦ୍ବାର ମୁହଁରେ ପହଞ୍ଚିଗଲାଣି। ବର୍ତ୍ତମାନ ସମୟରେ ପୁର୍ବବର୍ଷ ମାନଙ୍କରେ ବର୍ଷାର ଆରମ୍ଭ ହୋଇଯାଇଥିବା ବେଳେ କେନାଲ ପାଣିପ୍ରବାହ ଯଥାରିତି ପ୍ରବାହିତ ହୋଇ ଚାଷୀଙ୍କ ଚାଷକାର୍ଯ୍ଯକୁ ବେଶ ସହାୟକ ହୋଇଥାଏ। ହେଲେ ବର୍ତ୍ତମାନ ବର୍ଷା ସହ କେନାଲ ବିଭାଗ ଲୁଚକାଳି ଖେଳୁଥିବା ବେଳେ ଜିରାରେ ମଧ୍ଯ ପ୍ରଯ୍ଯାପ୍ତ ମାତ୍ରାରେ ପାଣି ପ୍ରବାହ କ୍ରମସଃ କମିବାରେ ଲାଗିଛି। ଗ୍ରିଷ୍ମର ତିବ୍ରତା ଓ ପ୍ରଖର ରୂପ ବଢୁଥିବା ବେଳେ ପାଣି ଟିକାକ ପାଇଁ ଲୋକେ ହା ହୁତାସନ ହୋଇ ଦୁର୍ଦଶା ଭୋଗୁଛନ୍ତି। ଜିରା ନଦୀର ପାଣି ସୁଖି ଏକ ଛୋଟିଆ ଧାର ପ୍ରବାହିତ ହୋଇ ଅଞ୍ଚଳର ଲୋକଙ୍କ ଆଶା ପୁରଣ ଦିଗରେ କିଛିଟା ସହାୟକ ସାଜିଛି। ବୋହୁଥିବା ପାଣି ତ୍ସୋତ ଆଶାରେ ସମୁହ ଗାଁବାଲା ଗାଧୋଇବାଠୁ ନେଇ ଚାଷରେ ବ୍ଯବହାର୍ଯ୍ଯ ୧୪ଟି ଉଠା ଜଳସେଚନ ପ୍ରକ୍ରିୟା ଯାହିତାହି ଭାବରେ ଆଗେଇ ଚାଲିଛି। ବରଗଡ଼ ଜିଲ୍ଲା ମୁଖ୍ୟ କେନାଲ ମରାମତି ନାଁରେ ସମ୍ପୁର୍ଣ୍ଣ ସୁଖିଲା ରହିଥିବା ସମୟରେ ଆଗାମି ଆବର୍ତ୍ତନକୁ ଉପଲବ୍ଧି କରି ସମଗ୍ର ଚାଷୀ ଜିରାରେ ପ୍ରବାହିତ ଛୋଟିଆ ଧାରାକୁ ବନ୍ଧ ବାନ୍ଧି ନିଜ ଆବଶ୍ଯକତା ପୂରଣ ପାଇଁ ଆଗେଇବାରେ ଲାଗିଛନ୍ତି। ଉପୁଜୁଥିବା ସମସ୍ଯାର ସମାଧାନ ଦିଗରେ ସହାୟକ ପାଇଁ ଜିଲ୍ଲା ପ୍ରଶାସନିକ କର୍ତ୍ତୁପକ୍ଷ କେନାଲ ପାଣି ଛାଡ଼ିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଅନୁରୋଧ ଜଣାଇଛନ୍ତି।