Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ଲୋକ ଙ୍କୁ ମିଳୁନି ପାଣି………

ସରକାର ସମସ୍ତଙ୍କୁ ପିଇବାପାଣି ଯୋଗେଇବା ନିମନ୍ତେ ବିଭନ୍ନ ସ୍ଥାନରେ ବସୁଧା ଯୋଜନା ରେ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଟେଣ୍ଡର ଜରିଆରେ ବ୍ୟବସ୍ଥା କରିଥିଲେ ହେଁ, ଯୋଜନା ଗୁଡିକ ଠିକ ସମୟରେ ସମ୍ପୁର୍ଣ୍ଣ ହେଇ ପାରୁ ନ ଥିବାର ସାଧାରଣ ଲୋକ ଙ୍କ ପାଇଁ ବସୁଧା ଭଳି ଯୋଜନା ଅପହଞ୍ଚ ହୋଇ ପଡ଼ି ରହୁଛି। ଏଭଳି ପରିସ୍ଥିତି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେ ଦେଖିବାକୁ ମିଳିଛି।ବ୍ଳକ ର ପୁଟୀଗା ଉତେଇ ନଦୀ ରୁ ପୁଟୀଗା ଓ ରାଜପୁର ପାଇଁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ନିମନ୍ତେ ୪ କୋଟି ଟଙ୍କା ଅଟକଳ ରେ ଆଜକୁ ତିନିବର୍ଷ ତଳେ କାର୍ଯ୍ୟ ଆରମ୍ଭ ହୋଇ ଉଭୟ ଗାଁରେ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଅନ୍ୟାନ୍ୟ କାର୍ଯ୍ୟ ହେଇ ପାରି ନ ଥିବାରୁ ପୁଟୀଗା, ରାଜପୁର, ସାଲେପଲି ଗ୍ରାମବାସୀ ଙ୍କ ପାଇଁ ବସୁଧା ଯୋଜନା ଅପହଞ୍ଚ ହୋଇ ରହିଛି।ଠିକ ସେହିପରି ଝାରମୁଣ୍ଡା ଓ ବ୍ରହ୍ମଣୀମୁଣ୍ଡା ପାଇଁ ଝରମୁଣ୍ଡା ଠାରେ ପାଣି ଟାଙ୍କି ନିର୍ମାଣ , ସିରବହସଲ ଓ ବଡ ଡୁଙ୍ଗୁରିଗୁଡା ଠାରେ ପାଣି ଟାଙ୍କି ନିର୍ମାଣ ହୋଇଥିଲେ ମଧ୍ୟ ଏହିସବୁ ଗାଁ କୁ ପାଇପ ଯୋଗେ ଜଳ ଯୋଗାଣ କାର୍ଯ୍ୟକ୍ରମ ଆରମ୍ଭ ହୋଇପାରିନ ଅଭିଯୋଗ ହେଉଛି। ଏହା ବ୍ୟତୀତ ବୁଢ଼ୀପଦର ଓ ଖରଝୋରା ଟେଣ୍ଡର ହେବାର ତିନି ବର୍ଷ ବିତିଯାଇଥିଲେ ମଧ୍ୟ ପାଣି ଟାଙ୍କି ନିର୍ମାଣ ହୋଇପାରିନ ଥିବା ଜଣାପଡିଛି।ଏଠାରେ ସୂଚନାଯୋଗ୍ୟ ଯେ ଠିକାଦାର ମାନେ ନିୟମ କୁ ପାଳନ କରୁ ନ ଥିବା କାରଣ ରୁ ବସୁଧା ଯୋଜନା ଏବେ ଫେଲ ମାରିବାରେ ଲାଗିଛି।ଅନ୍ୟ ପଟେ ଏହି ବ୍ଳକ ୪୩ ରୁ ୪୫ ଡିଗ୍ରୀ ଉତ୍ତାପ ରହୁଥିବାରୁ ନଦୀ,ନାଳ,ପୋଖରୀ ,ନଳକୁଅ ଗୁଡିକ ସମ୍ପୂର୍ଣ୍ଣ ଶୁଖିବାରେ ଲାଗିଛି,ଯାହା ଫଳରେ ଲୋକେ ପାନୀୟ ଜଳ ପାଇଁ ହଇରାଣ ହେଉଥିବା ଦେଖିବାକୁ ମିଳୁଛି।ଏ ନେଇ ବିଭାଗୀୟ ଯନ୍ତ୍ରୀ ଅନୁସାୟା ଭଞ୍ଜ ଙ୍କୁ ପଚାରିବାରୁ ପୁଟୀଗା ଓ ରାଜପୁର ପ୍ରକଳ୍ପ ପାଇଥିବା ଠିକାଦାର କାମରେ ବିଳମ୍ବ ଓ ଲୋକଙ୍କ ଅଭିଯୋଗ କ୍ରମେ ତାଙ୍କ ଏଗ୍ରିମେଣ୍ଟ କୁ ବାତିଲ କରାଯାଇ ଟେଣ୍ଡର ଜରିଆରେ ନୂତନ ଠିକାଦାର ଙ୍କୁ ଦାୟିତ୍ୱ ଦିଆଯାଇଛି କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ବୋଲି କହିବା ସହ ଝାରମୁଣ୍ଡା ,ବ୍ରହ୍ମଣୀମୁଣ୍ଡା, ସିରାବାହାଲ,ବଡ଼ ଡୁଙ୍ଗୁରିଗୁଡା, କଣ୍ଡରେଇ, ବୁଢ଼ୀପଦର, ଖରଝୋରା ଏହି ସାତ ଟି ଗାଁ ର ପ୍ରକଳ୍ପ ୭ କୋଟି ଟଙ୍କା ଅଟକଳ ରେ ଠିକାଦାର ଙ୍କ ଦ୍ଵାରା ନଭେମ୍ବର ସୁଦ୍ଧା କାର୍ଯ୍ୟ ଶେଷ ହେବାର ଚୁକ୍ତିନାମା ରହିଛି ବୋଲି କହିଛନ୍ତି।