Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ.ମାଲପଡା ଉନ୍ନୀତ ହାଇସ୍କୁଲ..୫ ଟି ରେ ରୂପାନ୍ତର

କଳାହାଣ୍ଡି ଜିଲ୍ଲା କାର୍ଲମୁଣ୍ଡା ବ୍ଲକ ସ.ମାଲପଡା ବସ୍ତି ଠାରେ ଥିବା ଉନ୍ନୀତ ହାଇସ୍କୁଲ ର ନୂତନ ଗୃହ ନିର୍ମାଣ ପାଇଁ ସୋମବାର ଜିଲାପାଳ ପି. ଅନ୍ୱେସା ରେଡି ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ଯୋଗ ଦେଇ ଭୂମି ପୂଜନ କରିଥିଲେ। ଏହି ବିଦ୍ୟାଳୟ ଟି ଦୀର୍ଘ ଦିନ ରୁ ୫ଟି ରେ ସାମିଲ ହୋଇଥିଲେ ମଧ୍ୟ ସ୍ଥାନ ଅଭାବ କାରଣ ରୁ କାର୍ଯ୍ୟ ଆରମ୍ଭ ହୋଇପାରିନଥିଲା।ତେବେ ସରଗୁଲ ଗ୍ରାମର ସ୍ବର୍ଗତ ଭାଗିରଥି ଜାନୀ ଙ୍କ ତିନି ପୁଅ ଓ ପୁତ୍ର ବଧୂ ଯୁଧିଷ୍ଠିର ଜାନୀ,ମଦନି ଜାନୀ ,ଅଗସ୍ତି ଜାନୀ, ବାସମତି ଜାନୀ, ପ୍ରକାଶ ଜନୀ, ଓ ସୁରଭି ଜାନୀ, ସରଗୁଲ ଠାରେ ଥିବା ମୂଲ୍ୟବାନ ଜମି ୩୨ ଡିସମିଲ ବିଦ୍ୟାଳୟ କୁ ଦାନ କରିଥିଲେ। ଏହି ଭୂମିପୂଜନ କାର୍ଯ୍ୟକ୍ରମ ରେ ବ୍ଲକ ଅଧକ୍ଷ୍ୟା କୁନି ସାହୁ, ବିଡ଼ିଓ ସୂଚରିତା ମୁଗ୍ରୀ,ତହସିଲଦାର ମିଳନ କୁମାର ଝାଙ୍କର, ସରପଞ୍ଚ ବରୁଣ ଛତ୍ରୀଆ,ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ ଙ୍କ ସମେତ ଜମିଦାନ କରିଥିବା ପରିବାର ଓ ଗ୍ରାମ ବାସୀ ମାନେ ଉପସ୍ଥିତ ଥିଲେ। ଜାନୀ ପରିବାର ଏହି ମହତ କାର୍ଯ୍ୟ ପାଇଁ ଅଞ୍ଚଳ ବାସୀ ଓ ପ୍ରଶାସନ ଉଚ୍ଚ ପ୍ରଂଶସା କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ