Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କର୍ଲାମୁଣ୍ଡା ଠାରେ ଜନଶୁଣାଣି ଶିବିର

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପରିସର ରାଜୀବଗାନ୍ଧି ସେବା ଭବନ ଠାରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଙ୍କ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭବାନୀପାଟଣା ଉପଜିଲ୍ଲାପାଳ ଡକ୍ଟର ବିଶ୍ୱଜିତ ଦାଶ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗ ର ଅଧିକାରୀ ଓ କର୍ଲାମୁଣ୍ଡା ବିଡ଼ିଓ ସୁଚରିତା ମୁଗ୍ରୀ, ତହସିଲଦାର ମିଳନ କୁମାର ଝାଙ୍କର,ବ୍ଲକ ଅଧ୍ୟକ୍ଷା କୁନି ସାହୁ,ବ୍ଳକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ , କ ଜୋନ ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ରରଣା,ଖ ଜୋନ ଜିଲ୍ଲାପରିଷଦ ସଭ୍ୟ ସୁରେଶ ଚୌଧୁରୀ ,ଜିପିଇଓ ଯୁଗର କିଶୋର ନାଏକ, ଓ ଅନ୍ୟାନ୍ୟ ବିଭାଗ ର ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।ଏହି ଜନ ଶୁଣାଣି ଶିବିରରେ ମୋଟ୍ ୧୧୬ ଜଣ ଆବେଦନକାରୀ ନିଜ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ତେବେ ଏଥିରେ ଆବାସ ଯୋଜନା, ସାମାଜିକ ସୁରକ୍ଷା ଯୋଜନା, ରାସନ କାର୍ଡ ସମ୍ପକିତ ଅଭିଯୋଗ ଅଧିକ ରହିଥିବା ବେଳେ କର୍ଲାମୁଣ୍ଡା ରେ ସରକାରୀ ଯୁକ୍ତ ଦୁଇ ବିଜ୍ଞାନ କଲେଜ ଖୋଲିବା, କୁଶୁର୍ଲା ସିଲେଟପଡା ରାସ୍ତା ନିର୍ମାଣ କରାଯିବା, ହରଗୌରୀ ମହାବିଦ୍ୟାଳୟ ଦୀର୍ଘ ବର୍ଷ ପୂର୍ବରୁ ତିଆରି ହେଇଥିବାରୁ ତାହାର ମରାମତି ପାଇଁ ଅନୁଦାନ ଯୋଗେଇବା ପ୍ରଭୁତି ସାମୁହିକ ସମସ୍ୟା ଗୁଡ଼ିକ ଉପରେ ଜନ ସାଧାରଣ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।