Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ; ଆନ୍ତର୍ଜୀତୀୟ ଯୋଗ ଦିବସର ନେତୃତ୍ୱ ନେବେ

ନୂଆଦିଲ୍ଲୀ: ଆଜିଠୁ ଆମେରିକା ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହା ହେଉଛି ତାଙ୍କର ପ୍ରଥମ ସରକାରୀ ଗସ୍ତ। ସେ ନ୍ୟୁୟର୍କରେ ମିଳିତ ଜାତିସଂଘ ମୁଖ୍ୟାଳୟରେ ଯୋଗ ଦିବସ ଉତ୍ସବରେ ଅଂଶଗ୍ରହଣ କରିବେ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ମଧ୍ୟ ଆଲୋଚନା କରିବେ।

ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଗସ୍ତ ସମୟରେ ୱାଶିଂଟନ୍ ଡିସିରେ ଆମେରିକାର କଂଗ୍ରେସର ମିଳିତ ଅଧିବେଶନକୁ ମଧ୍ୟ ସମ୍ବୋଧିତ କରିବେ। ଏହା ବ୍ୟତୀତ ସେ ଆମେରିକୀୟ କମ୍ପାନୀର ସିଇଓମାନଙ୍କୁ ମଧ୍ୟ ଭେଟିବେ ଏବଂ ଭାରତୀୟ ସମ୍ପ୍ରଦାୟ ସହିତ ଯୋଗାଯୋଗ କରିବେ।

ତାଙ୍କ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆମେରିକା ଗସ୍ତ ଆମର ସହଭାଗିତାକୁ ମଜବୁତ କରିବା ଏବଂ ଏହାର ବିବିଧତାକୁ ସମୃଦ୍ଧ କରିବାର ଏକ ସୁଯୋଗ। ସେ ଟୁଇଟ୍ କରି କହିଛନ୍ତି ଯେ ଆମେ ବାଣିଜ୍ୟ, ନବସୃଜନ, ପ୍ରଯୁକ୍ତିବିଦ୍ୟା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଭାରତ-ଆମେରିକା ସମ୍ପର୍କକୁ ମଜବୁତ କରିବାକୁ ଚାହୁଁଛୁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ