Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ମାନିତ ହେଲେ କୋକସରା ବ୍ଲକ ର ଛାତ୍ର ରିତିକ କୁମାର ଅଗ୍ରୱାଲ।

କୋକସର:୨୧/୦୬ : କଠିନ ପରିଶ୍ରମ ଓ ଆତ୍ମବିଶ୍ବାସ ଦ୍ୱାରା ହିଁ ସଫଳତା ହାସଲ କରା ଯାଇପାରିବ,ମୁଁ କେବେ ଆତ୍ମବିଶ୍ବାସ ହରାଇନାହିଁ କିମ୍ବା ଲକ୍ଷ୍ୟ ପଥ ରୁ ଓହରି ନାହିଁ, ଏହା ହିଁ ମୋର ସଫଳତା ର ମାପକାଠି ବୋଳି ପ୍ରମେୟ ନ୍ୟୁଜ ୭ ର ସିବିଏସଇ ଦ୍ଵାଦଶ ଶ୍ରେଣୀ ମେଧାବି ସମ୍ବର୍ଦ୍ଧନା ଉତ୍ସଵ ରେ ସମ୍ମାନିତ ହେବାପରେ ପ୍ରତିକ୍ରିୟା ରଖିଛନ୍ତି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ଗ୍ରାମର ବିଜୟ କୁମାର ଅଗ୍ରୱାଲ ଓ ସବିତା ଅଗ୍ରୱାଲ ଙ୍କ ପୁଅ ରିତିକ କୁମାର ଅଗ୍ରୱାଲ।ଭୁବନେଶ୍ୱର ସୋଆ ବିଶ୍ୱବିଦ୍ୟାଳୟ ଆଇବିସିଏସ କନଭେନସନ ହଲ ଠାରେ ଆୟୋଜିତ ସିବିଏସଇ ଦ୍ଵାଦଶ ପରୀକ୍ଷାରେ ଟପ୍ପର ଛାତ୍ରଛାତ୍ରୀ ଙ୍କୁ ପ୍ରମେୟ ନ୍ୟୁଜ ୭ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। କୋକସରା ବ୍ଲକ ଲଡୁଗାଁ ର ଛାତ୍ର ରିତିକ କୁମାର ଅଗ୍ରୱାଲ ପିଲା ବେଳୁ ପାଠପଢା ରେ ଏକାଗ୍ରତା ରହିଥିବା ବେଳେ କୋକସରା ଆଦର୍ଶ ବିଦ୍ୟାଳୟ ରେ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ୯୫ ପ୍ରତିଶତ ମାର୍କ ରଖି ବ୍ଲକ ଟପ୍ପର ହୋଇଥିଲେ। ପରେ ବରଗଡ଼ ବିକାଶ ଶିକ୍ଷାନୁଷ୍ଠାନ ଠାରେ ଦ୍ଵାଦଶ ସିବିଏସଇ ପରୀକ୍ଷା ରେ ୯୬.୬ ମାର୍କ ରଖି ଟପ୍ପର ସହ ନିଟ ପରୀକ୍ଷା ରେ ସର୍ଵ ଭାରତୀୟ ସ୍ତରରେ ୩୦୫୩ ରେଙ୍କ ରେ ରହିଥିବା ଜଣାପଡିଛି। ନ୍ୟୁଜ ୭ ପରିବାର ପକ୍ଷରୁ ସମ୍ମାନିତ ଅବସରରେ ଉପସ୍ଥିତ ଅତିଥୀ କ୍ରାଇମବ୍ରାଞ୍ଚ ର ଅତିରିକ୍ତ ମହା ନିର୍ଦ୍ଦେଶକ ଅରୁଣ ବୋଥ୍ରା, ପ୍ରମେୟ ନ୍ୟୁଜ୭ ଗ୍ରୁପ ଏଡିଟର ଗୋପାଳ କୃଷ୍ଣ ମହାପାତ୍ର, ସୁମା ରିଅଳ ମିଡ଼ିଆ ଗ୍ରୁପ ସିଇଓ ସୁନିଲ ଦାସ, ପ୍ରସାର ବିଭାଗ ଡିଜିଏମ ଗଜେନ୍ଦ୍ର ଦାସ,ଗ୍ରୁପ ଡ଼ାଇରେକ୍ଟର ହିମାଂଶୁ ହୋତା ମୁଖ୍ୟ ନ୍ୟୁଜ କୋଡ଼ିନେଟର ସୁଦୀପ ରାଉତ,ପ୍ରମେୟ ବାର୍ତ୍ତା ସମ୍ପାଦକ ଧୀରେନ୍ଦ୍ର ନାରାୟଣ ମିଶ୍ର ଓ ପ୍ରମେୟ ନ୍ୟୁଜ ୭ ର ବରିଷ୍ଠ କର୍ମକର୍ତ୍ତା ଙ୍କ ପ୍ରେରଣା ଓ ଉପଦେଶ ମୋତେ ଆଗକୁ ବଢିବାକୁ ମାର୍ଗଦର୍ଶନ ଦେବ ବୋଳି କହିଛନ୍ତି।ଏମିତି ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା କ୍ଷେତ୍ରରେ ସମ୍ବର୍ଦ୍ଧନା ମନୋବଳ ଦୃଢ଼ କରିବ ଓ ଆଗକୁ ବଢିବାକୁ ପ୍ରେରିତ କରିବ ବୋଳି କହିଛନ୍ତି।ରିତିକ ଅଗ୍ରୱାଲ ଙ୍କ ସଫଳତା କୁ ନେଇ ବିଭିନ୍ନ ମହଲରେ ଶୁଭେଚ୍ଛା ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ