Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୧୦ କି.ମି ବେଗରେ ଯାଉଥିବା ଚଳନ୍ତା ଟ୍ରେନ୍‌ରୁ ଅଚାନକ ଖସି ପଡିଲେ ଯୁବକ

ଲକ୍ଷ୍ନୌ: ୟୁପିର ଶାହାଜାହାନପୁରରୁ ଏକ ଚକିତ କଲା ଭଳି ଘଟଣା ସାମନାକୁ ଆସିଛି। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ଯୁବକ ଚଳନ୍ତା ଟ୍ରେନରୁ ଖସିପଡିଥିବାର ଦେଖିବାକୁ ମିଳିଛି। ସେହି ସମୟରେ ଟ୍ରେନଟିର ବେଗ ୧୧୦ କି.ମି ଥିଲା। କେବଳ ଏତିକି ନୁହେଁ, ପ୍ଲାଟଫର୍ମରେ ପଡ଼ିବା ମାତ୍ରେ ସେ ବହୁତ ଦୂର ପର୍ଯ୍ୟନ୍ତ ଘୋଷାଡି ମଧ୍ୟ ହୋଇଯାଇଥିଲେ। ତେବେ ସେ ଯୁବକ ଜଣକ କିଏ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ ।

ଭାଇରାଲ୍ ଭିଡିଓଟି ଶାହାଜାହାନପୁର ରେଳ ଷ୍ଟେସନର। ସୂଚନା ଅନୁଯାୟୀ, ବୁଧବାର ପ୍ଲାଟଫର୍ମ ନମ୍ବର -୨ ଉପରେ ଯାତ୍ରୀଙ୍କ ଭିଡ ଜମିଥିଲା। ସେହି ସମୟରେ ଟ୍ରାକରେ କୌଣସି ଟ୍ରେନ୍ ନଥିଲା। ତା’ପରେ ହଠାତ୍ ପାଟଲିପୁତ୍ର ଏକ୍ସପ୍ରେସ ସେଠାରୁ ଦ୍ରୁତ ଗତିରେ ଯାଇଥିଲା। ଏହାର ବେଗ ଘଣ୍ଟା ପ୍ରତି ୧୧୦ କିଲୋମିଟର ଥିଲା। ତା’ପରେ ହଠାତ୍ ଜଣେ ଯୁବକ ଟ୍ରେନରୁ ଖସିପଡି ପ୍ଲାଟଫର୍ମ ଉପରେ ପଡ଼ିଗଲେ ଏବଂ କିଛି ବାଟ ଯାଏ ଘୋଷାଡି ହୋଇଯାଇଥିଲେ। ତେବେ ଆଶ୍ଚର୍ଯ୍ୟକର କଥା ହେଉଛି ବ୍ୟକ୍ତି ଜଣକ ଅଧିକ ଆଘାତ ଲାଗିଥିବା ଜଣାପଡିଛି। ସେ ନିଜେ ଉଠି ସେହି ସ୍ଥାନ ଛାଡି ପଳାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ