Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିଲେଟପଡା ରାସ୍ତା…..ପ୍ରଧାନମନ୍ତ୍ରୀ ସଡକ ଯୋଜନା ରେ ସାମିଲ ପାଇଁ ଦାବି

କଳାହାଣ୍ଡି କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକ ଠାରୁ ସିଲେଟପଡା ରାସ୍ତା ଟି ଦିର୍ଘ ବର୍ଷ ରୁ ମରାମତି କିମ୍ବା ନିର୍ମାଣ କାର୍ଯ୍ୟ ହୋଇ ନ ଥିବାରୁ ରାସ୍ତା ଟି ଏବେ ମରଣଯନ୍ତା ପାଲଟିଛି।ଏହି ରାସ୍ତା ୨୦୧୫ ମସିହାରେ ତତ୍କାଳୀନ ଜିଲାପାଳ ଙ୍କ ସୁପାରିଶ କ୍ରମେ ସ୍ୱତନ୍ତ୍ର କେନ୍ଦ୍ରୀୟ ଅନୁଦାନ ରେ କୁଶୁର୍ଲା ଛକ ରୁ ସିଲେଟପଡା ଓ ଶୀଶାଖାଲ ମଙ୍ଗଲାଜୋର ପର୍ଯ୍ୟନ୍ତ ନୂତନ ପିଚୁ ରାସ୍ତା ନିର୍ମାଣ ହୋଇଥିଲା।ତେବେ ରାସ୍ତା ରେ ପିଚୁ ସମ୍ପୂର୍ଣ୍ଣ ଉଠିଯିବା ସହ ଖାଲ ଖମାମ ଗୁଡିକ ସୃଷ୍ଟି ହୋଇଥିବାରୁ ପ୍ରତ୍ୟହ ଯାତାୟାତ କରୁଥିବା ଜନ ସାଧାରଣ ଦୁର୍ଘଟଣା ର ଶିକାର ହେଉଥିବା ସିଲେଟପଡା ର ଚୈତନ୍ୟ ସାହୁ ଅଭିଯୋଗ କରିଛନ୍ତି। ।ଅନ୍ୟ ପଟେ ଉକ୍ତ ରାସ୍ତା କୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ କରିବା ନେଇ ଗ୍ରାମ ବାସୀ ଙ୍କ ପକ୍ଷରୁ ଅନେକ ଥର ଜିଲ୍ଲାପାଳ ଙ୍କ ଜନ ଶୁଣାଣୀ ଶିବିର ଦରଖାସ୍ତ ଦେଇଥିଲେ ହେଁ କୌଣସି ଲାଭ ହେଇନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଏନେଇ କେସିଙ୍ଗା ଗ୍ରାମ ଉନ୍ନୟନ ସଂସ୍ଥା(ଆରଡ଼ି)ବିଭାଗରଦାୟିତ୍ୱ ରେ ଥିବା ଯନ୍ତ୍ରୀ ସୋସନ କୁଣ୍ଡୁଲୁ ଙ୍କୁ ପଚାରିବାରୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରେ ସାମିଲ ନେଇ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ଙ୍କ ନିକଟକୁ ଚିଠି କରାଯାଇଛି ବୋଲି କହିଛନ୍ତି।ଏଣୁ ଏଦିଗରେ ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳ ବାସୀ ଅନୁରୋଧ କରିଛନ୍ତି।,

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ