Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଭିନ୍ନ ସ୍ଥାନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ତେରେସିଂହା ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଗୁରୁ ସନତ କୁମାର ସାହୁ ଯୋଗ ଦେଇ ଯୋଗଭ୍ୟାସ କରେଇବା ସହ ଯୋଗ, ପ୍ରାଣାୟାମ ଓ ଶାରୀରିକ ବ୍ୟାୟାମ କରିବା ଦ୍ୱାରା ଆମ ବ୍ୟକ୍ତିଗତ ଜୀବନ ସୁଖ, ଶାନ୍ତି, ସୁସ୍ଥ ସବଳ ଓ ନିରୋଗ ରହିବାରେ ଈଶ୍ୱରଙ୍କ ବରଦାନ ହୋଇଥାଏ ବୋଲି କହିଥିଲେ। ଏଥିରେ ତେରେସିଂହା ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ମୁଖ୍ୟ ଫାର୍ମାସିଷ୍ଟ ସୁନୀଲ କୁମାର ବାଗ, ଏ.ଏନ.ଏମ ସୁଷମା ରଣା, ମହିଳା ସ୍ୱାସ୍ଥ୍ୟକର୍ମୀ ଆନନ୍ଦିନୀ କୁମାର, ଅରବିନ୍ଦ ବେହେରାଙ୍କ ସମେତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଥିଲେ l ସେହିପରି ଯୋରାଡବରା ପଞ୍ଚାୟତ ଅନ୍ତର୍ଗତ କୁସୁର୍ଲା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, କର୍ଲାମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ରିଷିଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ମଧ୍ୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ