ଆଜି ଓଡ଼ିଶା ଆସିବେ ଜେପି ନଡ୍ଡା


ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିବାରୁ ରଣନୀତି ପ୍ରସ୍ତୁତ କରୁଛି ବିଜେପି। ମୋଦୀଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ମହାଜନସମ୍ପର୍କ ସମାବେଶର ଆୟୋଜନ କରୁଛି ବି‌ଜେପି। ଏହି ସଭାରେ ଯୋଗଦେବାକୁ ଆସୁଛନ୍ତି ନଡ୍ଡା । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆଜି ଅପରାହ୍ନରେ ଓଡ଼ିଶା ପହଞ୍ଚିବେ ନଡ୍ଡା। ଅପରାହ୍ନ ୪ ଟାରେ ଝାରସୁଗୁଡା ବିମାନ ବନ୍ଦରରେ ପହଞ୍ଚିବେ ନଡ୍ଡା। ସୂଚନା ଅନୁଯାୟୀ ସେଠାରୁ ଝାରସୁଗୁଡା ବିଜେପି କାର୍ଯ୍ୟାଳୟକୁ ଯିବେ।

ବରଗଡ଼ ଲୋକସଭା କ୍ଷେତ୍ରର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ । ଏହାପରେ ବୁର୍ଲାସ୍ଥିତ ଏମସିଏଲ ଗେଷ୍ଟ ହାଉସରେ ରାତ୍ରିଯାପନ କରିବେ । ଆସନ୍ତାକାଲି ଭବାନୀପାଟଣାର ମାଣିକେଶ୍ୱରୀ ମନ୍ଦିର ଦର୍ଶନ କରିବେ । ଏହାସହ ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ମୋଦୀଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ମହାଜନସମ୍ପର୍କ ସମାବେଶରେ ଯୋଗଦେବେ । ଏହାପରେ ଆସନ୍ତାକାଲି ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।