Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସାମରେ ଭୟଙ୍କର ବନ୍ୟା ପରିସ୍ଥିତି; ୧ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ 

ଗୌହାଟୀ: ଉତ୍ତର-ପୂର୍ବ ଆସାମରେ ଭୟଙ୍କର ବନ୍ୟା ପରିସ୍ଥିତି ଉପୁଜିଛି। ବାସ୍ତବରେ, ୨୦ ଟି ଜିଲ୍ଲାର ପ୍ରାୟ ୧.୨୦ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ASDMA) ରିପୋର୍ଟ ଅନୁଯାୟୀ ଆସାମ ଏବଂ ଭୁଟାନ ଦେଶକୁ ଲାଗିଥିବା ଅନେକ ପଡୋଶୀ ରାଜ୍ୟରେ ଲଗାତାର ବର୍ଷା ହେତୁ ଅନେକ ନଦୀର ଜଳ ସ୍ତର ବିପଦ ସଙ୍କେତଠାରୁ ଅଧିକ ପ୍ରବାହିତ ହେଉଛି। ଏହି କାରଣରୁ ଆସାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ବେକି ନଦୀର ଜଳସ୍ତର ରୋଡ୍ ବ୍ରିଜ୍, ଏନଟି ରୋଡ୍ କ୍ରସିଂ, ପଗଲାଡିଆ ଏବଂ ପୁଥିମାରି ନଦୀରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ସେହିପରି ବଜାଲି, ବକ୍ସା, ବାରପେଟା, ବିଶ୍ୱନାଥ, ଚିରାଙ୍ଗ, ଦରାଙ୍ଗ, ଧମାଜୀ, ଧୁବ୍ରି, ଡିବ୍ରୁଗଡ, ଗୋଲାଘାଟ, ହୋଜାଇ, କାମ୍ରୁପ, କୋକ୍ରାଜହର, ଲକ୍ଷ୍ମୀପୁର, ନାଗାଓଁ, ନାଲବାଡି, ସୋନିତପୁର, ତାମୁଲପୁର, ଉଦଲଗୁରୀ ଜିଲ୍ଲାର ୪୫ ଟି ଅଞ୍ଚଳ ଅନ୍ତର୍ଗତ ୭୮୦ ଗ୍ରାମ ବନ୍ୟାରେ ପ୍ରଭାବିତ ହୋଇଛି।

ASDMA ବନ୍ୟା ରିପୋର୍ଟରେ ଦର୍ଶାଯାଇଛି ଯେ କେବଳ ନାଲବାଡି ଜିଲ୍ଲାରେ ବନ୍ୟାରେ ୪୪,୭୦୭ ଲୋକ ପ୍ରଭାବିତ ହୋଇଛନ୍ତି। ଏହା ପରେ ବକସା ରେ ୨୬୫୭୧ ଲୋକ, ଲକ୍ଷ୍ମୀପୁରରେ ୨୫,୦୯୬ ଲୋକ, ତାମୁଲପୁରରେ ୧୫,୬୧୦ ଲୋକ, ବାରପେଟା ଜିଲ୍ଲାର ୩୮୪୦ ଲୋକ ପ୍ରଭାବିତ ହୋଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ