Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଇକନିକ୍ ‘ଅମୂଲ୍ ଗାର୍ଲ’ ବିଜ୍ଞାପନ ଅଭିଯାନର ନିର୍ମାତା ସିଲଭେଷ୍ଟରଙ୍କ ପରଲୋକ

ମୁମ୍ବାଇ: ଆଇକନିକ୍ ‘ଅମୂଲ୍ ଗାର୍ଲ’ ଅଭିଯାନର ନିର୍ମାତା ବିଜ୍ଞାପନ ଇଣ୍ଡଷ୍ଟ୍ରିର ଭେଟେରାନ୍ ସିଲଭେଷ୍ଟର (Sylvester daCunha)ଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ଅମୁଲ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଜୟନ୍ ମେହେଟ୍ଟା ଟୁଇଟ୍ କରି ତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ (Sylvester daCunha)ଙ୍କ ମୃତ୍ୟୁ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ।

ବିଜ୍ଞାପନ ଏଜେନ୍ସି ଏଏଏସପିର ତତ୍କାଳୀନ ପରିଚାଳନା ନିର୍ଦ୍ଦେଶକ ସିଲଭେଷ୍ଟର ଏବଂ ଏହି ଆର୍ଟର ନିର୍ଦ୍ଦେଶକ ୟୁଷ୍ଟାସ୍ ଫର୍ଣ୍ଣାଣ୍ଡିଜ୍ ଏହାର ପରିକଳ୍ପନା କରିବା ପରେ ୧୯୬୬ ରେ ଏହି ବିଜ୍ଞାପନ ଅଭିଯାନ ଆରମ୍ଭ ହୋଇଥିଲା। ଫ୍ରକ୍ ସହ ନୀଳ କେଶ ଓ ଗୋଲାପି ଗାଲର ଏହି ଅମୂଲ ଗାର୍ଲ ଘରେ ଘରେ ପରିଚିତ।

ସୂଚନା ଅନୁଯାୟୀ ଅମୂଲ ଇଣ୍ଡିଆ  ମା’ ଓ ଶିଶୁଙ୍କ ମଧ୍ୟରେ ନିଜକୁ ସ୍ଥାନ ଦେଇପାରିବା ଭଳି ଏକ ମାସ୍କଟ ତିଆରି କରିବାକୁ ଚାହୁଁଥିଲା।ଏହାପରେ ଜଣେ ଛୋଟ ପିଲା ହିଁ ଏହି ବ୍ରାଣ୍ଡର ଚେହେରା ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଏହା ପରେ ଅମୂଲ ଗାର୍ଲକୁ ସାମନାକୁ ଆସିଥିଲା। ଯାହା ପରବର୍ତ୍ତୀ ସମୟରେ ଘରେ ଘରେ ପ୍ରସିଦ୍ଧି ଲାଭ କରିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ