Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହିଳାରୁ ପୁରୁଷ ହେବେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ

କୋଲକାତା: ଲିଙ୍ଗ ବଦଳାଇବେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଝିଅ ସୁଚେତନା ଭଟ୍ଟାଚାର୍ଯ୍ୟ। ସୁଚେତନା କହିଛନ୍ତି ଯେ ସେ ଖୁବ୍ ଶୀଘ୍ର ସେକ୍ସ ରିଓସାଇନମେଣ୍ଟ ଅପରେଶନ କରାଇବେ। ଏକ ସଭାରେ ସୁଚେତନା ନିଜକୁ ଟ୍ରାନ୍ସମ୍ୟାନ ବୋଲି ଘୋଷଣା ମଧ୍ୟ କରିଛନ୍ତି। ଏହାସହିତ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର ପରେ ତାଙ୍କୁ ସୁଚେତନ ନାମରେ ପରିଚିତ ହେବେ ବୋଲି କହିଥିଲେ।

ସୁଚେତନା କହିଛନ୍ତି ଯେ ସେ ମହିଳାରୁ ପୁରୁଷ ହେବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଶାରୀରିକ ଭାବରେ ଜଣେ ପୁରୁଷ ହେବାକୁ ଚାହୁଁଥିବା ମଧ୍ୟ କହିଛନ୍ତି। ମାନସିକ ସ୍ତରରେ ମଧ୍ୟ ମୁଁ ଜଣେ ପୁରୁଷ ଏବଂ ସ୍କୁଲରେ ପଢୁଥିବା ବେଳେ ତାଙ୍କ ଭିତରେ ପୁରୁଷର ଲକ୍ଷଣ ବିକଶିତ ହୋଇଥିବା କହିଛନ୍ତି ସୁଚେତନା।

ଯେତେବେଳେ ସେ ତାଙ୍କ ପିତାମାତାଙ୍କ ସହ ଏ ବିଷୟରେ ଆଲୋଚନା କରିଥିଲେ ସେତେବେଳେ ତାଙ୍କୁ ପିତାମାତାଙ୍କର ଦୃଢ ସମର୍ଥନ ମିଳିଥିଲା ବୋଲି ସେ କହିଛନ୍ତି। ମୋର ବୟସ ୪୧ ବର୍ଷ ତେଣୁ ମୁଁ ମୋ ଜୀବନରେ ନିଜେ ନିଷ୍ପତ୍ତି ନେବି। ମୁଁ ଏଥିପାଇଁ ଆଇନଗତ ଏବଂ ଚିକିତ୍ସା ପ୍ରକ୍ରିୟା ଆରମ୍ଭ କରିସାରିଥିବା କହିଛନ୍ତି ସୁଚେତନା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ