Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭଞ୍ଜବିହାର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଜନ ଆରୋଗ୍ୟ ସମିତି ବୈଠକ

ଗୋପାଳପୁର ୨୨/୬,ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସର ମଧ୍ୟରେ ଥିବା ଭଞ୍ଜବିହାର ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରେ ରଙ୍ଗେଇଲୁଣ୍ଡା ବିଡ଼ିଓ ବିଶ୍ଵଜିତ ରାୟଙ୍କ ଅଧ୍ୟକ୍ଷତାରେ ଜନ ଆରୋଗ୍ୟ ସମିତି ଯୋଜନା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, କେଲୁଆପଲ୍ଲି ର ଭାରପ୍ରାପ୍ତ ଚିକିତ୍ସlଧିକାରୀ ଡ଼ାକ୍ତର ସୁଜିତ୍ ମହାପାତ୍ର, ଭଞ୍ଜ ବିହାର ସ୍ବାସ୍ଥ୍ୟକେନ୍ଦ୍ରର ଆୟୁଷ ଡ଼ାକ୍ତର ଡ଼ା କୃଷ୍ଣ ଶରଣ ପାଳ, ଗୋପାଳପୁର କଲେଜର ପୂର୍ବତନ ଅଧ୍ୟକ୍ଷ ମଞ୍ଚାସିନ ଥିଲେ। ବିପିଏମ ରଞ୍ଜନ ପ୍ରଧାନ ପ୍ରଥମେ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଡ଼ାକ୍ତର ପାଳ ଏହି ସମିତି ର କାର୍ଯ୍ୟକଳାପ ବିଷୟରେ ନୂତନ ସଭ୍ୟ ମାନଙ୍କୁ ବିସ୍ତୃତ ବିବରଣୀ ପ୍ରଦାନ ଚଳିତ ବର୍ଷ ପାଇଁ ବାର୍ଷିକ ଯୋଜନା ଉପସ୍ଥାପନ କରିଥିଲେ l ସ୍ୱାସ୍ଥ୍ୟ କେନ୍ଦ୍ରର ମରାମତି, ପରୀକ୍ଷାଗାର ଉନ୍ନତିକରଣ,ଶୌଚାଳୟ,ବୋର୍ ୱେଲ୍ ଖନନ ସହ ଉନ୍ନତିମୂଳକ କାର୍ଯ୍ୟକ୍ରମ ସର୍ବ ସମ୍ମତି କ୍ରମେ ଅନୁମୋଦନ କରାଗଲା।ଡ଼ାକ୍ତର ପାଳ ବିଗତ ଆର୍ଥିକ ବର୍ଷର ଜିଲ୍ଲା ପରିଷଦ ଅନୁଦାନ ଅନୁମୋଦିତ ସ୍ଵାସ୍ଥ୍ୟ କେନ୍ଦ୍ରରେ ଶିଶୁ ଉଦ୍ୟାନ କାମ ସମ୍ପୂର୍ଣ୍ଣ ହୋଇଥିବା କହିଥିଲେ। ଏଥିରେ ଏହି ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ୫ ଗୋଟି ସ୍ବାସ୍ଥ୍ୟ ଉପକେନ୍ଦ୍ରର ସମସ୍ତ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ଇ.କୈଳାଶ ପାତ୍ର, ପ୍ରିୟଦର୍ଶିନୀ ପାଢୀ, ଲିଯାଲିନ ପାଣିଗ୍ରାହି,ଭଗବାନ ମହାନ୍ତି , ରାହୁଲ ନାୟକ ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ