Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁର୍ଗମ ଅଞ୍ଚଳରେ ମିଳୁନାହିଁ ମୋବାଇଲ ନେଟୱାର୍କ ସେବା,’୫-ଜି’ ଯୁଗରେ ‘୨-ଜି’ ସେବା ମିଲୁନାହିଁ।

କୋକସରା:୨୩/୦୬ ମୋବାଇଲ ଅଛି ହେଲେ ନେଟୱାର୍କ ଆସୁନାହିଁ ।।ନା କଲ୍ ଯାଉଛି ନା କଲ୍ ବି ଆସୁଛି । ‘୫-ଜି’ ଜମାନାରେ ‘୨-ଜି’ ତ’ ଦୂରର କଥା ଲୋକେ ମୋବାଇଲ ସିଗ୍ନାଲ ପାଇଁ ମାଙ୍କଡ଼ ଭଳି ଗଛ ରେ ଚଢି ନେଟୱାର୍କ ପାଇଁ ନାକେଦମ ହେଉଛନ୍ତି।ଏମିତି ଏକ ଚିତ୍ର ଦେଖିବାକୁ ମିଲିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମା ଠାରୁ ପ୍ରାୟ ୧୮ କିମି ଦୂରରେ ଥିବା ଡୁଡୁକାଠେଙ୍ଗା ପଞ୍ଚାୟତ ର ଉପାନ୍ତ ଅଞ୍ଚଳ ଖଲିଗଡ଼ ଗ୍ରାମରେ। ଏହି ଗାଁରେ ରେ ଅନେକ ପଡା ରହିଥିବା ବେଳେ ୨ ହଜାର ରୁ ଉର୍ଦ୍ଧ ଜନସଂଖ୍ୟା ରହିଛି। ସମସ୍ତ ଙ୍କ ହାତରେ ମୋବାଇଲ ତ ଅଛି ହେଲେ ଗାଁରେ ନେଟୱର୍କ ନଥିବା ଯୋଗୁଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ କାହାରି ପ୍ରସବ ଯନ୍ତ୍ରଣା ହେଲେ ଆମ୍ବୁଲାନ୍ସ କୁ ଫୋନ୍ କରିବା ପାଇଁ ହେଲେ ୩ କିମି. ଦୂର ବାଟକୁ ଯିବାକୁ ପଡ଼େ। ନଚେତ ଗଛ ଉପରେ ବିପଦପୂର୍ଣ୍ଣ ଭାବରେ ଚଢ଼ି ନଚେତ ନେଟୱାର୍କ ଆସିବା ସ୍ଥାନରେ ପଥର ରଖି ଚିହ୍ନଟ କରିଥିବା ଲୋକେ କହିଛନ୍ତି। ଗାଁରେ ଆମ୍ବୁଲାନ୍ସ ପହଞ୍ଚିଲେ ଡ୍ରାଇଭର ଫୋନ ନଲାଗିବାରୁ ଅନେକ ହଇରାଣ ମଧ୍ୟ ହୁଅନ୍ତି। ଏଥିପାଇଁ ଲୋକ ଗାଁ ମୁଣ୍ଡରେ ଆମ୍ବୁଲାନ୍ସ କୁ ଜଗି ରୁହନ୍ତି। ତେଣୁ ସରକାରୀ କାମରେ ବି ନାକେଦମ ହେଉଛନ୍ତି ସରକାରୀ କର୍ମଚାରୀ। ଏମିତି କି ଶିକ୍ଷକଙ୍କୁ ଏମଡିଏମ ରିପୋର୍ଟ ଦେବା ପାଇଁ ହେଉ କି ଅଙ୍ଗନବାଡି କର୍ମୀ ପ୍ରତିଦିନ ସରକାରଙ୍କୁ ରିପୋର୍ଟ ପ୍ରଦାନ ପାଇଁ ହେଉ ଅବା ଗାଁ ବାହାରେ ଥିବା ନିଜ ପରିବାର ତଥା ସମ୍ପର୍କୀୟ ସହ ଭଲରେ ସମ୍ପର୍କ ମଧ୍ୟ ହୋଇ ପାରୁନାହିଁ। ଗାଁ ଲୋକେ ବାରମ୍ବାର ମୋବାଇଲ ଟାୱାର ସ୍ଥାପନ ପାଇଁ ସ୍ଥାନୀୟ ପ୍ରଶାସନ ଙ୍କ ଠାରୁ ନେତା ମନ୍ତ୍ରୀ ଙ୍କୁ ଦାବୀ କରିବା ସତ୍ବେ ମଧ୍ୟ କହାରି ନଜର ପଡିନାହିଁ। ଏଣେ ଗାଁରେ ବିଏସଏନଏଲ ୪ଜି ନେଟୱାର୍କ ବସାଇବାକୁ ସରକାର ପକ୍ଷରୁ ଜାଗ ଚିହ୍ନଟ ମଧ୍ୟ ହୋଇଛି। ହେଲେ ଏହାରି ଭିତରେ ଅନେକ ଦିନ ବିତିଗଲାଣି ଅଥଚ ଗାଁରେ ମୋବାଇଲ ଟାୱାର ସ୍ଥାପନ ପାଇଁ କାମ ଆରମ୍ଭ ହୋଇନାହିଁ। ଅନ୍ୟପକ୍ଷରେ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରା ନିକଟରେ ରହିଥିବାବେଳେ ବର୍ଷ ର ବାର ମାସ ରାଜ୍ୟ ଓ ଜିଲ୍ଲା ବାହାରୁ ପର୍ଯ୍ୟଟକ ଆସୁଥିବା ବେଳେ ଖଲିଗଡ଼ ଗାଁ ମୁଣ୍ଡରେ ପହଞ୍ଚିବା ପରେ ନେଟୱର୍କ ସେବା ବ୍ୟାହତ ହେବା ଯୋଗୁଁ ନିଜ ପରିବାର ସହିତ ଯୋଗାଯୋଗ ବିଛିନ୍ନ ହୋଇଥାଏ। ତେଣୁ ପରିବାର ଲୋକଙ୍କ ସହିତ ଯୋଗାଯୋଗ ନହେଇ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ପ୍ରକାଶ କରନ୍ତି। କୌଣସି ବିପଦ ର ସମ୍ମୁଖୀନ ହେଲେ ମଧ୍ୟ ଆଉ କିଛି ଉପାୟ ନାହିଁ। ପ୍ରତି ପଞ୍ଚାୟତକୁ ଇଣ୍ଟରନେଟ ସଂଯୋଗ କରିବା ପାଇଁ ସରକାରଙ୍କ ଲକ୍ଷ୍ୟ ରହିଥିବା ବେଳେ ଖଲିଗଡ଼ ଭଲି ବ୍ଳକର ଅନେକ ଗ୍ରାମରେ ଇଣ୍ଟରନେଟ ତ’ ଦୂରର କଥା ମୋବାଇଲ ସିଗ୍ନାଲ ମଧ୍ୟ ସାତ ସପନ ହୋଇପଡିଛି । ଏଣୁ ସରକାର ଓ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ନେଟୱାର୍କ ସମସ୍ୟା ଦୂର କରିବା ପାଇଁ ଖଲିଗଡ଼ ଗ୍ରାମବାସୀ ସମେତ ପର୍ଯ୍ୟଟନ ସ୍ଥଳୀ କୁ ଆସୁଥିବା ପର୍ଯ୍ୟଟକ ମାନେ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ