Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜୁଳି ଦରକୁ ନେଇ ଆସିପାରେ ନୂଆ ନିୟମ;  ଏଣିକି ଦିନରେ ଶସ୍ତା, ରାତିରେ ମହଙ୍ଗା ହେବ ବିଜୁଳି

ନୂଆଦିଲ୍ଲୀ: ବିଦ୍ୟୁତ୍ ଦରରେ ପରିବର୍ତ୍ତନକୁ ନେଇ କେନ୍ଦ୍ର ସରକାର ନୂତନ ନିୟମ ଆଣିବାକୁ ଯାଉଛନ୍ତି। ଦିନରେ ବିଜୁଳି ଦର ଶସ୍ତା ହେବ ଏବଂ ରାତିରେ ବିଜୁଳି ଦର ସାମାନ୍ୟ ମହଙ୍ଗା ରହିବ । ପରିବର୍ତ୍ତିତ ନିୟମ ଅନୁସାରେ ଏଣିକି ଉପଭୋକ୍ତାଙ୍କୁ ଦୁଇ ପ୍ରକାର ରେଟରେ ବିଦ୍ୟୁତ ବିଲ ଦେବାକୁ ପଡିବ । ଏ ନେଇ ବିଦ୍ୟୁତ୍ ମନ୍ତ୍ରଣାଳୟ ଶୁକ୍ରବାର ଘୋଷଣା କରିଛି। ମନ୍ତ୍ରାଳୟ କହିଛି ଯେ ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଅକ୍ଷୟ ଶକ୍ତି ବ୍ୟବହାରକୁ ପ୍ରୋତ୍ସାହିତ କରିବା।

ଆଶା କରାଯାଏ ଯେ ଏହି ପ୍ରଣାଳୀର ସାହାଯ୍ୟରେ ବିଦ୍ୟୁତ୍ ଉପଯୋଗ ସର୍ବାଧିକ ଥିବାବେଳେ ଗ୍ରୀଡରେ ଚାହିଦା ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଏପ୍ରିଲ୍ ୨୦୨୪ ରୁ ବାଣିଜ୍ୟିକ ଏବଂ ଶିଳ୍ପ ଉପଭୋକ୍ତା ଏବଂ ଏକ ବର୍ଷ ପରେ କୃଷି କ୍ଷେତ୍ର ବ୍ୟତୀତ ଅଧିକାଂଶ ଗ୍ରାହକଙ୍କ ପାଇଁ ଏହି ନିୟମ ପ୍ରଯୁଜ୍ୟ ହେବ।

ଏହି ବ୍ୟବସ୍ଥା ଲାଗୁ ହେଲେ ଦିନ ଓ ରାତି ପାଇଁ ଭିନ୍ନ ଭିନ୍ନ ଦରରେ ବଦ୍ୟୁତ ଶୁଳ୍କ ଦେବାକୁ ପଡିବ ।  ଅନ୍ୟପଟେ ଅଧିକ ଚାହିଦା ଥିବା ସମୟ ବା ପିକ୍‌ ଆୱାର୍ସରେ ବିଦ୍ୟୁତ ଶୁଳ୍କ ଦର ୧୦ରୁ ୨୦ ପ୍ରତିଶତ ଅଧିକ ରହିବ । ୧ ଏପ୍ରିଲ, ୨୦୨୪ ଠାରୁ ସର୍ବାଧିକ ୧୦ କିଲୋୱାଟ୍‌ କିମ୍ବା ଅଧିକ ଚାହିଦା ଥିବା ବାଣିଜ୍ୟିକ ଓ ଶିଳ୍ପ ଉପଭୋକ୍ତା ଏବଂ ୧ ଏପ୍ରିଲ ୨୦୨୫ ଠାରୁ କୃଷି ଉପଭୋକ୍ତାଙ୍କୁ ଛାଡ଼ି ଅନ୍ୟ ଉପଭୋକ୍ତାଙ୍କ ପାଇଁ ଟିଓଡି ଶୁଳ୍କ ବ୍ୟବସ୍ଥା ଲାଗୁ ହେବ। ସ୍ମାର୍ଟ ମିଟର୍‌ ସଂଯୋଗ ହେବାର ତୁରନ୍ତ ପରେ ଟାଇମ୍‌ ଅଫ୍‌ ଡେ ବା ଟିଓଡି ଶୁଳ୍କ ବ୍ୟବସ୍ଥା ଲାଗୁ ହେବ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ