Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣପୁର : ବସ ଷ୍ଟପ୍ ରୁ ଚାରି କେଜି ଗଞ୍ଜେଇ ଜବତ ; ଦୁଇ ଜଣଙ୍କୁ ଚାଲାଣ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଛକ ନିକଟରୁ ସୁବଳୟା ପୁଲିସ ୪ କେଜି ଗଞ୍ଜେଇ ସହ ଦୁଇ ଜଣକୁ ଗିରଫ କରିଥିବା ଜଣାପଡିଛି l କୈାଣସି ସୁତ୍ରରୁ ଖବର ପାଇ ସୁବଳୟା ପୁଲିସ ର ଏକ ଟିମ ଉକ୍ତ ଛକ ବସ ଷ୍ଟପ୍ ରେ ଚଢାଉ କରି ବସ କୁ ଅପେକ୍ଷା କରିଥିବା ବୌଦ୍ଧ ଜିଲ୍ଲାର ଦୁଇ ଜଣ ଯୁବକ ଦିବ୍ୟ ଦାନୀ ଓ ଶରତ ଲୁହା ଙ୍କୁ ସନ୍ଦେହ କରି ପଚରା ଉଚରା କରିଥିଲା l ସେମାନେ ପାଖରେ ରଖିଥିବା ବ୍ୟାଗ୍ କୁ ପୁଲିସ ଯାଞ୍ଚ କରି ବ୍ୟଗ୍ ରେ ରଖିଥିବା ୪ କେଜି ଗଞ୍ଜେଇ ଜବତ କରିଥିଲା। ସୁବଳୟା ପୁଲିସ ଉକ୍ତ ଦୁଇ ଯୁବକଙ୍କୁ ଗିରଫ କରି ଗଞ୍ଜେଇ ଚୋରାଚାଲାଣ କରୁଥିବା ଅଭିଯୋଗ ରେ ଏକ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟ ଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଉକ୍ତ ଚଢ଼ାଉ ସମୟରେ ଥାନା ଅଧିକାରୀ ସୁଶାନ୍ତ ପ୍ରଧାନ, ଏସ୍ ଆଇ ଦୀପ୍ତି ରଞ୍ଜନ ଦିଗାଲ ସହିତ ପୁଲିସ କର୍ମଚାରୀ ସାମିଲ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ