ଅଟୋ ଗାଡିରେ ଗଞ୍ଜେଇ ଚୋରାଚାଲାଣ ବେଳେ ଧରାପଡି ୨ ଗିରଫ ା


ସୁବର୍ଣ୍ଣପୁର- ଏକ ଅଟୋ ଗାଡିରେ ଗଞେଇ ଚୋରାଚାଳାଣ ବେଳେ ଅଟୋ ଗାଡି ଧରିବାରେ ସଫଳ ହୋଇଛି ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗ । ସୁବର୍ଣ୍ଣପୁର ଜିଲ୍ଲା ଘୋଡାଧାର ନିକଟରୁ ଅବକାରୀ ବିଭାଗର ମୋବାଇଲ ୟୁନିଟ ସନ୍ଦେହରେ ଏକ ଅଟୋ ଗାଡିକୁ ଅଟକାଇଥିଲା । ଏହି ଗାଡିରେ ଦୁଇ ଜଣ ଲୋକ ୨୦କେଜି ୮ଶହ ଗ୍ରାମ ଗଞେଇ ନେଇ ଯାଉଥିଲେ । ଏମାନେ ହେଲେ କନ୍ଧମାଳ ଜିଲ୍ଲାର ପଣ୍ଡୁରାଜ୍ ଦିଗାଲ ଓ ବୌଦ୍ଧ ଜିଲ୍ଲାର ସୁବର୍ଣ୍ଣ ଭୋଇନା ବୋଲି ଜଣାପଡିଛି । ଏମାନେ ଦୁଇ ଜଣ ବୌଦ୍ଧଜିଲ୍ଲା ମନୁମୁଣ୍ଡା ଆଚଂଳରୁ ଗଞ୍ଜେଇ ନେଇ ବାହାର ରାଜ୍ୟକୁ ଯାଉଥିବା ବେଳେ ଧରିବାରେ ସଫଳ ହୋଇଛି ଅବକାରୀ ବିଭାଗ । ବିଗତ ଦୁଇ ତିନି ମାସ ହେବ କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ଧରିବାରେ ସଫଳ ହୋଇଛି ଅବକାରୀ ବିଭାଗ । ଆଜି ଏହି ଦୁଇଜଣ ଙ୍କୁ କୋର୍ଟ ଚାଳାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଅବକାରୀ ବିଭାଗର ଆରକ୍ଷୀ ।