ବ୍ୟବସାୟିକ ଶତୃତା ରୁ ବ୍ୟବସାୟୀ କୁ ଆଖିରେ ଲଙ୍କାଗୁଣ୍ଡ ପକାଇ ଖଣ୍ଡା ରେ‌ ହାଣିଲେ; ୩ ଲକ୍ଷ ଲୁଟିଲେ


ଗୋପାଳପୁର: ଦିନ ଦ୍ବିପହରରେ ଜାତୀୟ ରାଜପଥ ନଂ ୧୬ ରେ ଜଣେ ବ୍ୟବସାୟୀ ଙ୍କୁ ଆଖିରେ ଲଙ୍କାଗୁଣ୍ଡ ପକାଇ ଖଣ୍ଡା ରେ ଆକ୍ରମଣ କରି ୩ ଲକ୍ଷ ଟଙ୍କା ଲୁଟି ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଆକ୍ରମଣ ରେ ଆହାତ ହୋଇଥିବା ବ୍ୟବସାୟୀ ଜଣଙ୍କ କନିଷି ଗୁଣ୍ଡିଚା ନଗରର କଉନଆଚନ୍ଦ୍ର କଠୁଆ ବୋଲି ଜଣା ପଡ଼ିଥିବା ବେଳେ ।ଆହାତ କୁନାଚନ୍ଦ୍ର ହଳଦିଆପଦର ସ୍ଥିତ ଅଟୋ ନଗର ପରିସରରେ ଗାଡି ସ୍ପେୟାର ପାର୍ଟସ ଦୋକାନ ସହ ଏକ ଗ୍ୟାରେଜ କରିଛନ୍ତି। ଅଭିଯୋଗ ଅନୁଯାୟୀ କୁନାଚନ୍ଦ୍ର ଆଜି ଦିନ ୧୧ ଟା ବେଳେ ନିଜ ମୋଟରସାଇକେଲ (ଓଡି ୦୭ ଏ ଓ ୯୬୨୫) ଯୋଗେ ବ୍ରହ୍ମପୁର ରେ ଥିବା ନିଜ ମାଁ ଙ୍କୁ ମେଡିକାଲ ରେ ଚିକିତ୍ସା ନିମନ୍ତେ ଯାଉଥିଲେ।ଏହି ସମୟରେ ଅଟୋ ନଗରର ର ଅନତି ଦୂରରେ ରାଜପଥର କଡ ରାସ୍ତା ତଥା ଇସ୍କନ ମନ୍ଦିର ସମ୍ମୁଖ ରାସ୍ତାରେ ତିନି ଯୁବକ କୁନାଚନ୍ଦ୍ର ଙ୍କୁ ଅଟକାଇବା ସହ ଆଖିରେ ଲଙ୍କାଗୁଣ୍ଡ ପକାଇ ଦେଇଥିଲେ। ଏଥିରେ କୁନାଚନ୍ଦ୍ର ଭୟଭୀତ ହୋଇ ରାସ୍ତା କଡକୁ ଓହ୍ଲାଇଯିବା ବେଳେ ତିନି ଯୁବକ ହଠାତ ହାତରେ ଧରିଥିବା ଖଣ୍ଡା ରେ କୁନାଚନ୍ଦ୍ର ଙ୍କ ମୁଣ୍ଡ କୁ ଆକ୍ରମଣ କରିବାକୁ ଉଦ୍ୟମ କରିବା ସମୟରେ କୁନାଚନ୍ଦ୍ର ନିଜକୁ ବଞ୍ଚାଇବାକୁ ବାମ ହାତରେ ଖଣ୍ଡା କୁ ଧରିଦେବା ସମୟରେ ବାମ ପାପୁଲି ସହିତ ଦୁଇଟି ଆଙ୍ଗୁଠି ରେ ଗଭୀର ଚୋଟ ଲାଗିଥିଲା।ଏହା ସହ ଯୁବ ମାନେ କୁନାଚନ୍ଦ୍ର ଙ୍କ ଛାତିକୁ ମଧ୍ୟ ହାଣିବା ସହ କିଛି ଲୋକ ଘଟଣା ସ୍ଥଳରେ ପହଞ୍ଚି ଯିବା ଫଳରେ ମୋଟର ସାଇକେଲରେ ଥିବା ଏକ ବ୍ୟାଗ ଯେଉଁ ଥିରେ ୩ ଲକ୍ଷ ଟଙ୍କା ରହିଥିଲା ତାହାକୁ ନେଇ ସେମାନେ ନେଇ ଆସିଥିବା ମୋଟରସାଇକେଲ ରେ ବ୍ରହ୍ମପୁର ପଟକୁ ପଳାଆ ଯାଇଥିଲେ।ଘଟଣା ପରେ ସ୍ଥାନୀୟ ଲୋକ ମାନେ ଜାତୀୟ ରାଜପଥ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲ ନେବା ସହ ଘଟଣା ନେଇ ଗୋଳନ୍ଥରା ଥାନାକୁ ଅବଗତ କରାଇଥିଲେ।ଖବର ପାଇ ଗୋଳନ୍ଥରା ଥାନା ଆଇଆଇସି ବିବେକାନନ୍ଦ ମହନ୍ତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଘଟଣା ସ୍ଥଳରୁ ରକ୍ତ ଲଗା ଖଣ୍ଡା, ମାଟିରେ ପଡ଼ିଥିବା ରକ୍ତ ଛିଟା ସଂଗ୍ରହ କରିବା ସହ ଘଟଣା ସ୍ଥଳର ଅନତି ଦୂରରେ ଥିବା ଏକ ପେଟ୍ରୋଲ ପମ୍ପ ସମେତ ଅନ୍ୟ ସ୍ଥାନରେ ଥିବା ସିସିଟିଭି ଫୁଟେଜ ସଂଗ୍ରହ ତଦନ୍ତ ଜାରି ରଖିଥିବା ଜଣାପଡିଛି।ଘଟଣା ନେଇ ସନ୍ଧ୍ୟା ରେ ଆହାତ କୁନାଚନ୍ଦ୍ର ଙ୍କ ସ୍ତ୍ରୀ ସପ୍ନା କଠୁଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ୨୮୪/୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।