Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରଗତି ର ମଶାଲ ପଦଯାତ୍ରା ରେ ଯୁବନେତା ସୁଜିତ ମେହେର।

କୋକସରା୨୫/୦୬ ଆଗକୁ ଆସୁଛି ସାଧାରଣ ନିର୍ବାଚନ ଏହା ପୂର୍ବରୁ ଦଳ ବଳ ନିର୍ବିଶେଷରେ ରାଜନୀତି ମୈଦାନ ରେ ନିଜର ପତିଆରା ପ୍ରଦର୍ଶିତ କରିବାକୁ ଯୁବ ନେତୃତ୍ୱ ଆଗକୁ ଆସିଛନ୍ତି। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ରେ ଜଣେ ଯୁବନେତା ଙ୍କ ଜନ ସମ୍ପର୍କ ଅଭିଯାନ ଦେଖିବାକୁ ମିଳିଛି। କଳାହାଣ୍ଡି ଜିଲ୍ଲାର କଳା ସଂସ୍କୃତି ପରମ୍ପରା ଓ ପ୍ରଗତି କୁ ନେଇ ଧର୍ମଗଡ ଉପଖଣ୍ଡ ର ବିଭିନ୍ନ ଅଞ୍ଚଳ ରେ ଜନ ସମ୍ପର୍କ ଅଭିଯାନ ଆରମ୍ଭ କରିଛନ୍ତି। କଳାହାଣ୍ଡି ର କଲା ସଂସ୍କୃତି ର ବିକାଶ କୁ ମୁଳମନ୍ତ୍ର କରି ଜନ ସାଧାରଣ ଙ୍କ ନିକଟରେ ପହଞ୍ଚି ବିକାଶ ର ନୂତନ ଏକ ସମିକରଣ କୁ ନେଇ ପ୍ରତିଶ୍ରୁତି ଦେଇ ସାମୁହିକ ଚିନ୍ତାଧାରା ସହ ନିଜର ପକ୍ଷ ରେ ରହି ସହଯୋଗ କରିବାକୁ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି। ଶନିବାର।ଆମପାଣି ବୁଢ଼ାରଜା ମନ୍ଦିର ପରିସର ରୁ ପୂଜାର୍ଚ୍ଚନା କରି ଶତାଧିକ ମହିଳା ପୁରୁଷ।ସମର୍ଥକ ଙ୍କ ଗହଣ ରେ ପ୍ରଗତି ମଶାଲ ପଦଯାତ୍ରା ଶୋଭାଯାତ୍ରାରେ ରେ ଯୁବନେତା ସୁଜିତ ମେହେର ବାହାରି ନିଜ ସମର୍ଥକଙ୍କ ଗହଣ ରେ ଆମପାଣି।ବୁଢ଼ାରଜା ମନ୍ଦିର ରୁ ବିଜୁ ଏକ୍ସପ୍ରେସ ୱେ ରାସ୍ତା ଦେଇ ପ୍ରବଳ ବର୍ଷା ସତ୍ତ୍ୱେ ଡେଙ୍ଗାଗୁଡା ରେ ପହଞ୍ଚିଥିଲେ। ଡେଙ୍ଗାଗୁଡା ଠାରେ ପହଞ୍ଚି ଏକ ସାଧାରଣ ସଭା ର ଅନୁଷ୍ଠିତ ହୋଇଥିଲା। ଯୁବନେତା ସୁଜିତ ମେହେର କଳାହାଣ୍ଡି ର ହଜି ଯାଉଥିବା ଲୋକକଲା,ସଂସ୍କୃତି, ପରମ୍ପରା କୁ ଉଜ୍ଜୀବିତ କରିବା ପାଇଁ ଏହି ପଦଯାତ୍ରା ର ଉଦେଶ୍ୟ ରହିଥିବା କହିଛନ୍ତି। ପ୍ରଗତି ମଶାଲ ପଦଯାତ୍ରା ଆଗକୁ ମଧ୍ୟ ଜାରି ରହିବ ଓ ଏହା କଳାହାଣ୍ଡି ଜିଲ୍ଲାର କୋଣ ଅନୁକୋଣରେ ଲୋକଙ୍କ ପାଖରେ ପହଞ୍ଚିବ ବୋଳି କହିଛନ୍ତି।