Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମାଜ ପକ୍ଷରୁ ଲଡୁଗାଁ ଠାରେ ସେବା ଓ ସେବକ ଦିବସ ପାଳନ,

କୋକସରା,୨୪/୦୬ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ହାୟର ସେକେଣ୍ଡାରୀ ସ୍କୁଲରେ ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୫ ତମ ପୂଣ୍ୟତିଥି ସପ୍ତାହ ପାଳନ ଅବସରରେ ସେବା ଓ ସେବକ ଦିବସ ପାଳନ ହୋଇ ଯାଇଛି । ଶନିବାର ଆୟୋଜିତ କାର୍ଯ୍ୟକ୍ରମରେ ଲଡୁଗାଁ ହାୟର ସେକେଣ୍ଡାରି ସ୍କୁଲ, କୋକସରା ପଞ୍ଚାୟତ ସମିତି ହାୟର ସେକେଣ୍ଡାରୀ ସ୍କୁଲ ଓ ବଙ୍ଗୋମୁଣ୍ଡା ଆଦର୍ଶ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସାଧାରଣ ଜ୍ଞାନ, ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସେକେଣ୍ଡାରୀ ସ୍କୁଲର ଅଧ୍ୟକ୍ଷ ଡ.ନିହାରକାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମୌଷଧି ବାଗ, ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ତଥା ବିଦ୍ୟାଳୟର ପୁରାତନ ଛାତ୍ର ରାଜୀବ ଅଗ୍ରୱାଲ, ପୁରାତନ ଛାତ୍ର ସଂସଦ ସଭାପତି ଶ୍ରୀମନ୍ତ ପାଢ଼ୀ, ଲଡୁଗାଁ ସରପଞ୍ଚ ନକୁଳ ନାଏକ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମେ ଅଗ୍ରପୂଜ୍ୟ ଗଜାନନ ଓ ଗୋପବନ୍ଧୁଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ପୂଜାର୍ଚ୍ଚନା ପରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସମାଜ ର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ କୁମାର ପଣ୍ଡା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ଶୁଭଶ୍ରୀ ଦାସ, ସବିତା କଟା, ଶେଖର ଚନ୍ଦ୍ର ଦାସ, ଚିତ୍ରାଙ୍କନରେ ଶୁଭମ ସୁନାନୀ, ଶେଖର ଚନ୍ଦ୍ର ଦାସ, ସାଇନା ମାଝୀ ଓ ବକ୍ତୃତା ପ୍ରତିଯୋଗିତାରେ ସ୍ନେହା ସରାବୁ, ଡୋଗେନ୍ଦ୍ର ନିଆଲ ଓ ପ୍ରେମଲାଲ ରାଉତ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଅତିଥି ମାନେ କୃତି ପ୍ରତିଯୋଗିଙ୍କୁ ମାନପତ୍ର ସହ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଅଧ୍ୟାପକ ହେମନ୍ତ ସେନାପତି, ପ୍ରଶାନ୍ତ ଯୋଷୀ, ଅଧ୍ୟାପିକା କଲ୍ୟାଣୀ ମହାନ୍ତି ପ୍ରତିଯୋଗିତାରେ ଜର୍ଜ ଭାବେ ରହିଥିବା ବେଳେ ଅଧ୍ୟାପକ ପ୍ରେମାନନ୍ଦ ସା, ଶଙ୍କର ସତନାମୀ, ଖେଳ ଶିକ୍ଷକ ବିରେନ୍ଦ୍ର ନାରାୟଣ ଦାସ, କନିଷ୍ଠ କିରାଣୀ ବିଭଞ୍ଜନ ସାହୁ, ଗ୍ରନ୍ଥାଗାର ଭାଗବତ କଟା ପ୍ରତିଯୋଗିତା ପରିଚାଳନା କରିଥିଲେ । ସମଗ୍ର କାର୍ଯ୍ୟକ୍ରମ ପରିଚାଳନାରେ ସମାଜସେବୀ ଆଦିତ୍ୟ ପଣ୍ଡା ସହଯୋଗ କରିଥିବା ବେଳେ ଅଧ୍ୟାପକ ସଞ୍ଜୟ କୁମାର ପୁରୋହିତ ମଞ୍ଚ ପରିଚାଳନା କରିଥିଲେ । ସମାଜର ଲଡୁଗାଁ ପ୍ରତିନିଧି କିଶନ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ, ଅଭିଭାବକଙ୍କ ସହ ସ୍କୁଲର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ