କୋକସରା ବ୍ଲକ ର ୫ ପଞ୍ଚାୟତ ରେ ୩୦୩ ଜଣ ହିତାଧିକାରୀ ଙ୍କୁ ମଧୁବାବୁ ପେନସନ ଭତ୍ତା ବଣ୍ଟନ।

କୋକସରା:୨୫/୦୬ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ମଧୁବାବୁ ପେନସନ ଯୋଜନା ରେ ସାମିଲ ହୋଇଥିବା ନୂତନ ହିତାଧିକାରୀ ମାନଙ୍କୁ ଶନିବାର କୋକସରା ବ୍ଲକ ପ୍ରଶାସନ ପକ୍ଷରୁ କୋକସରା, ଲଡୁଗାଁ, କାଶିବାହଲ, ଫୁଫଗାଁ, ମୋଟେର ଓ ମାଝୀଗୁଡା ପଞ୍ଚାୟତ ଠାରେ ମଧୁବାବୁ ପେନସନ ରେ ଭତ୍ତା ବଣ୍ଟନ କରାଯାଇଛି।କାର୍ଯ୍ୟକ୍ରମ ରେ ଧର୍ମଗଡ ବିଧାୟକ ମୋୖଷଧି ବାଗ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ବିଡ଼ିଓ ଉତ୍ତମ କୁମାର ବାଗ ଯୋଗଦେଇ କୋକସରା ପଞ୍ଚାୟତ ଠାରେ ୨୮ ଜଣ ଙ୍କୁ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ,ଲଡୁଗାଁ ଠାରେ ୧୨୭ଜଣ ଙ୍କୁ ସରପଞ୍ଚ ନକୁଳ ନାଏକ,ଫୁଫଗାଁ ଠାରେ ୩୪ ଜଣ ଙ୍କୁ ସରପଞ୍ଚ ଗଜାନନ ପୁଝାରି, ମାଝୀଗୁଡା ଠାରେ ୩୧ ଜଣ ଙ୍କୁ ସରପଞ୍ଚ ମାମି ବାଗ,କାଶିବାହଲ ଠାରେ ୫୬ ଜଣ ଙ୍କୁ ସରପଞ୍ଚ ପୁଷ୍ପାଞ୍ଜଳି ନାଏକ ଓ ସମିତି ସଭ୍ୟ ଗଜାନନ ନିଆଲ ଓ ମୋଟେର ପଞ୍ଚାୟତ ର ୨୭ ଜଣ ହିତାଧିକାରୀ ଙ୍କୁ ସରପଞ୍ଚ ବାସନ୍ତୀ ନାଏକ ଓ ସମିତି ସଭ୍ୟା ଉଆଁସୀ ପାନ ଉପସ୍ଥିତ ରହି ମଧୁବାବୁ ପେନସନ ଯୋଜନା ରେ ଭତ୍ତା ବଣ୍ଟନ କରିଥିଲେ। କୋକସରା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ସମସ୍ତ ପଞ୍ଚାୟତ ରେ ଉପସ୍ଥିତ ରହି ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ର।ପରିଚାଳନା କରିଥିଲେ। ୬ ପଞ୍ଚାୟତ ର ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ।କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।।ମଧୁବାବୁ ପେନସନ ଯୋଜନା ରେ ସାମିଲ ହେବାପରେ ହିତାଧିକାରୀଙ୍କ ମଧ୍ୟରେ ବ୍ଲକ ପ୍ରଶାସନ,ବିଧାୟକ ଓ ବ୍ଲକ ଉପାଧ୍ୟକ୍ଷ ଙ୍କୁ କୃତଜ୍ଞତା ଜଣାଇଥିଲେ।