Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସାମରେ ଭୟଙ୍କର ବନ୍ୟା ; ୪ ଲକ୍ଷରୁ ଅଧିକ ଲୋକ ଜଳବନ୍ଦୀ; ୩ ମୃତ

ଆସାମ: ବନ୍ୟାରେ ବେହାଲ ଆସାମରେ। ବନ୍ୟା ଯୋଗୁ ଏପର୍ଯ୍ୟନ୍ତ ୪ ଲକ୍ଷରୁ ଅଧିକ ଲୋକ ଜଳବନ୍ଦୀ। ସରକାରୀ ରିପୋର୍ଟ ଅନୁଯାୟୀ ନଅଟି ଜିଲ୍ଲା ବନ୍ୟା ପ୍ରଭାବିତ। ଏହି ଜଳପ୍ରଳୟ ଯୋଗୁ ଚାରି ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ବର୍ତ୍ତମାନ ଜଳସ୍ତର ହ୍ରାସ ପାଇବାରେ ଲାଗିଛି।

ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ASDMA) ଅଧିକାରୀ କହିଛନ୍ତି ଯେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଚଳିତ ବର୍ଷ ବନ୍ୟା ପରିସ୍ଥିତି ଯୋଗୁ ପ୍ରଥମ ଥର ପାଇଁ ତିନି ଜଣ ପ୍ରାଣ ହରାଇଛନ୍ତି। ରିପୋର୍ଟ ଅନୁଯାୟୀ, ବକସା, ବାରପେଟା, ଦରାଙ୍ଗ, ଧୁବ୍ରି, ଗୋଲପାରା, କାମ୍ରୁପ, ଲକ୍ଷ୍ମୀପୁର, ନାଲବାଡୀ ଏବଂ ଉଦଲଗୁରି ଜିଲ୍ଲାରେ ୪,୦୭,୭୦୦ ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ