Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫାଇଭ ଟି ସଚିବଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲେ ଅପରାଜିତା; କହିଲେ… 

ଭୁବନେଶ୍ବର: ଫାଇଭ ଟି ସଚିବଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲେ ପୂର୍ବତନ ଆଇଏଏସ ଅଧିକାରୀ ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ।

ଅପରାଜିତା ଟ୍ବିଟ୍ କରି ଏକ ଚିଠି ସେୟାର କରିଛନ୍ତି। ଯେଉଁଥିରେ ଆଜି ଫାଇଭ ଟି ସଚିବଙ୍କ ବରଗଡ ଗସ୍ତ ପାଇଁ ପୋଲିସ ଅଧିକାରୀ ନିୟୋଜିତ ପ୍ରସଙ୍ଗ ଉଲ୍ଲେଖ ରହିଛି। ଏହାକୁ ନେଇ ଅପରାଜିତା ଓଡ଼ିଶା ଡିଜିପିଙ୍କୁ ଚ୍ବିଟ୍ କରି ପ୍ରଶ୍ନ କରିଛନ୍ତି।

ଚିଠିରେ ଉଲ୍ଲେଖ ରହିଛି, ଯଦି ଜଣେ ସଚିବଙ୍କ ପାଇଁ ଏତେ ସୁରକ୍ଷା ବ୍ୟବସ୍ଥା, ତେବେ ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନରଙ୍କ ସୁରକ୍ଷା ପାଇଁ କ’ଣ ବ୍ୟବସ୍ଥା ରହିଛି। ବିକାଶମୂଳକ କାମର ତଦାରଖ ପାଇଁ ଯାଉଥିବା ବେଳେ ଏତେ ଭୟ କାହିଁକି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି।

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଫାଇଭ ଟି ସଚିବ ଗସ୍ତ କରୁଥିବା ଶାସକ ଦଳ କହିଛି। 

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ