Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାଜପାର ମଣ୍ଡଳ କର୍ମକର୍ତ୍ତାଙ୍କ ସାଙ୍ଗଠନିକ ବୈଠକ

ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତ ମା’ ପାଟ୍ଟଖଣ୍ଡା ମନ୍ଦିର ପ୍ରାଙ୍ଗଣରେ ଭାଜପାର ଦାରିଙ୍ଗବାଡି ମଣ୍ଡଳ କର୍ମକର୍ତ୍ତାଙ୍କ ସାଙ୍ଗଠନିକ ବୈଠକ ଜିଲା ସଭାପତି ଜଗନ୍ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କନ୍ଧମାଳ ଜିଲା ଗସ୍ତରେ ଥିବା ରାଷ୍ଟ୍ରୀୟ ଅନୁସୂଚିତ ଜାତି ମୋର୍ଚ୍ଚାର ସାଧାରଣ ସମ୍ପାଦକ ସଞ୍ଜୟ ନିର୍ମଲ ଯୋଗଦେଇଥିଲେ। ବୈଠକରେ ସ୍ଥାନୀୟ କର୍ମକର୍ତ୍ତାଙ୍କୁ ବିଭିନ୍ନ କର୍ଣ୍ଣମନ୍ତ୍ର ଦେଇଥିଲେ l ସେହିପରି ଅଞ୍ଚଳରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କ ନିକଟରେ କିଭଳି ପହଞ୍ଚିବ ଏବଂ କେନ୍ଦ୍ରର ବିଭିନ୍ନ ଯୋଜନା ଗୁଡିକ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବାକୁ ସେ ପରାମର୍ଶ ଦେଇଥିଲେ। ଉପସ୍ଥିତ ଜନସାଧାରଣଙ୍କ ଅଭିଯୋଗ ଗୁଡିକ ଶୁଣିଥିଲେ ଏବଂ ଲୋକଙ୍କୁ କହିଲେ ଯେ, ମୋଦି ସରକାରଙ୍କ ହାତମୁଠାକୁ ଶକ୍ତିଶାଳୀ କରନ୍ତୁ ଏବଂ କେନ୍ଦ୍ର ଯେଉଁ ସବୁ ସୁବିଧା ଗୁଡ଼ିକ ଲୋକଙ୍କ ପାଇଁ କରିଛି ସେ ସମସ୍ତ ଯୋଜନାର ସୁବିଧା ନେବାକୁ କହିଥିଲେ। ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଥିଲେ ଯେ ଓଡିଶାରେ ବିକାଶ ହୋଇନି କେନ୍ଦ୍ରର ବିଭିନ୍ନ ଯୋଜନାକୁ ହଡପ କରାଯାଉଛି। ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲା ସାଧାରଣ ସମ୍ପାଦକ ମାନଗୋବିନ୍ଦ ପ୍ରଧାନ, ଲୋକସଭା ପ୍ରଭାରୀ ନିରଞ୍ଜନ ମିଶ୍ର, ଲୋକସଭା ସଂଯୋଜକ ରମେଶ ଚନ୍ଦ୍ର ମହାନ୍ତି, ଜିଲା କୃଷକ ମୋର୍ଚ୍ଚା ସଭାପତି ଅବନେଶ୍ୱର ପ୍ରଧାନ,ମଣ୍ଡଳ ସଭାପତି ସନ୍ତୋଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ