Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆମ୍ବେଦକରବାଦ ହିଁ ଆଣିପାରିବ ସମାଜରେ ଏକତା, ଭାଇଚାରା ଓ ସମାନତାଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ, କର୍ଲାମୁଣ୍ଡା ବ୍ଲକ କମିଟି ଗଠିତ

କଳାହାଣ୍ଡି: ସମଗ୍ର ବିଶ୍ବରେ ଭାରତୀୟ ସମ୍ବିଧାନ ଓ ଏହାର ବିଧିବ୍ୟବସ୍ଥାକୁ ନେଇ କ୍ରମାଗତ ଆସ୍ଥା ବଢ଼ିବାରେ ଲାଗିଛି ! ସେହିପରି ଭାବରେ ଦେଶରେ ସମ୍ବିଧାନ ଓ ସମ୍ବିଧାନ ନିର୍ମାତା ବାବା ସାହେବ ଡ. ବି.ଆର୍ ଆମ୍ବେଦକରଙ୍କ ନୀତି ଓ ଆଦର୍ଶ ସର୍ବୋପରି ଆମ୍ବେଦକରବାଦ ହିଁ ସମାଜରେ ଏକତା, ଭାଇଚାରା ଓ ସମାନତା ଆଣିପାରିବ ବୋଲି ଆଜି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହାଠାରେ ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ବ୍ଲକସ୍ତରୀୟ କମିଟି ଗଠନ ଓ ସାଧାରଣ ସଭାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ! ଏଥିରେ ମୁଖ୍ୟ ଅତିଥି ଭାବେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ସଭାପତି ଶ୍ରୀବତ୍ସ ତାଣ୍ଡି ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ସାଧାରଣ ସଂପାଦକ ସୂର୍ଯ୍ୟନାରାୟଣ କୁମାର, ଉପସଭାପତି ଓମପ୍ରକାଶ ଛତ୍ରିଆ, ସଞ୍ଜୟ ମେହେର, କୋଷାଧ୍ୟକ୍ଷ ଦେବେନ୍ଦ୍ର ନାଏକ, ଉପଦେଷ୍ଟା ଯୋଗେଶ୍ବର ସାଗର, ଏସ୍. ସୁଜାତା, ସାମାଜିକ ବିଭାଗ ମୁଖ୍ୟ ରେଣୁକା ଛତ୍ରିଆ, ଯୁବ ବିଭାଗ ମୁଖ୍ୟ ଚନ୍ଦନ ନାଏକ, ସଞ୍ଜୟ ସୁନାନୀ, କର୍ମଚାରୀ ବିଭାଗ ମୁଖ୍ୟ ବୈକୁଣ୍ଠ ବେମାଲ, କାର୍ଯ୍ୟକାରୀ କମିଟି ସଦସ୍ୟ ସୁଶୀଲ କୁମାର ବାଗ, ମହିଳା ବିଭାଗ ଉପସଭାନେତ୍ରୀ ଲୀନା କୁମାର, ସଂପାଦିକା ଉଷାରାଣୀ ବାଗ, ନକଟିଗୁଡ଼ା ସଭାନେତ୍ରୀ ଅହଲ୍ୟା ନାଏକ, ସଦସ୍ୟା ସୋନାଲୀ ଦୀପ, ସ୍ନେହଲତା ଦୁର୍ଗା ପ୍ରମୁଖ ଯୋଗ ଦେଇଥିଲେ ! ଏଇ ଅବସରରେ ଫେଡେରେସନର କର୍ଲାମୁଣ୍ଡା ବ୍ଲକ ସଭାପତି ଭାବେ ବରୁଣ ସୁନା, ସାଧାରଣ ସଂପାଦକ ଭାବେ ତ୍ରିଭୂବନ ନାଗ, ଉପସଭାପତି ଭାବେ ବରୁଣ ଛତ୍ରିଆ, ରାଷ୍ଟ୍ରପତି ସୁନା, ସଚ୍ଚିଦାନନ୍ଦ ନାଏକ, ଟିକ ବାଗ, ସହ ସଂପାଦକ ଆନନ୍ଦ ନାଗ, ଯୁଗଳ ନାଗ, ଅଜୟ ମହାନନ୍ଦ, ରାଧେଶ୍ୟାମ ବାଗ, କୋଷାଧ୍ୟକ୍ଷ ଦଣ୍ଡପାଣି ନାଏକ, ଆଇନ ବିଭାଗ ମୁଖ୍ୟ ଭାବେ ଦଇତ କୁମାର ନାଏକ, ସାମାଜିକ ବିଭାଗ ମୁଖ୍ୟ ବିଶ୍ବାମିତ୍ର ନାଗ, ଯୁବ ବିଭାଗ ସଭାପତି ଟୁନୁ ନନ୍ଦ, କର୍ମଚାରୀ ବିଭାଗ ମୁଖ୍ୟ ଶରତ ବାରିକ, ମିଡିଆ ବିଭାଗ ମୁଖ୍ୟ ଭାବେ ସତ୍ୟ ନାରାୟଣ କୁମାର, ସାଂସ୍କ୍ରୁତିକ ବିଭାଗ କେଶବ ନନ୍ଦ, ନରେଶ ନାଏକ, ବ୍ଲକ ଉପଦେଷ୍ଟା ଭାବେ ଦଇତରାମ ସୁନା, ମହିଷ ଚନ୍ଦ୍ର ସୁନା, ବୁଦ୍ଧେଶ୍ବର ନାଗ, ରୂପାଧର କୁମାର, ଲକ୍ଷ୍ମଣ କୁମାର, ମଧୁସୂଦନ ବାଗ, ଶୁଭକେଶୀ କୁମାର, ଧର୍ମୁଦୟ ସେନାପତି, ତପି ସେନାପତି, ସୁନୀଲ ସୁନା, ବେଣୁଧର କୁମାର, ଚନ୍ଦ୍ରମଣି ନାଗ, ଟୁକୁମଣି ସୁନା, ଅଶୋକ କୁମାର, ଗୁର ସୁନା, ସନ୍ତଲାଲ ବିଭାର ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା ! ସେହିପରି ଫେଡେରେସନର ବ୍ଲକ ମହିଳା ବିଭାଗରେ ହେମବନ୍ତୀ ନନ୍ଦ, କମଳିନୀ ନାଏକ, ବିନୋଦିନୀ ଛତ୍ରିଆ, ତେଜବତୀ ନାଗ, ପ୍ରେମ ବେବର୍ତ୍ତା, ଦୀପା ବାଗ, ସୌରୀ ସୁନା ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା ! ଏଥିରେ ମଧୁସୂଦନ ବାଗ ସଭା ପରିଚାଳନା କରିଥିବାବେଳେ ସଚ୍ଚିଦାନନ୍ଦ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ !