Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଗଷ୍ଟ ୧୬ରୁ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜରେ ପାଠପଢା ଆରମ୍ଭ

ନୂଆଦିଲ୍ଲୀ: ଅଗଷ୍ଟ ୧୬ରୁ ଆରମ୍ଭ ହେବ ପାଠପଢା। ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜରେ ୧୬ ତାରିଖରୁ ପାଠପଢା ଆରମ୍ଭ ହେବା ନେଇ ନିର୍ଦ୍ଦେଶ ଦେଇଛି ୟୁଜିସି। ଏନେଇ ୟୁଜିସି ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି।

ଚଳିତବର୍ଷ ବିଶ୍ୱବିଦ୍ୟାଳୟ ଏଣ୍ଟ୍ରାସ ଟେଷ୍ଟ ଜୁନ୍ ୨୩ ସୁଦ୍ଧା ଶେଷ ହୋଇଯାଇଛି। ଜୁଲାଇ ୨ୟ ସପ୍ତାହ ସୁଦ୍ଧା ପରୀକ୍ଷା ଫଳାଫଳ ପ୍ରକାଶିତ ହେବ। ତେଣୁ ପିଲାଙ୍କ ଶିକ୍ଷାରେ ଅଗ୍ରଗତି ଲକ୍ଷରେ ଅଗଷ୍ଟ ୧୬ ତାରିଖ ସୁଦ୍ଧା ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜରେ ପାଠପଢା ଆରମ୍ଭ ହେବ।

ସୂଚନା ଅୁଯାୟୀ ଚଳିତ ବର୍ଷ ନାମଲେଖା ଫି ଫେରସ୍ତ ପ୍ରକ୍ରିୟାକୁ ଅଧିକ କଡାକଡି କରାଯାଇଛି। ଯଦି ଜଣେ ଶୀକ୍ଷାର୍ଥୀର ୩୦ ସୁଦ୍ଧା ନାମଲେଖା ବାତିଲ ହୁଏ ତେବେ ସମ୍ପୂର୍ଣ୍ଣ ଫି ଫେରସ୍ତ କରାଯିବ। ସେହିପରି ଅକ୍ଟବର ୩୧ ସୁଦ୍ଧା ଶିକ୍ଷାର୍ଥୀ ନିଜ ଆଡୁ ନାମଲେଖା ପ୍ରତ୍ୟାହାର କଲେ କେବଳ ୧୦୦୦ ଟଙ୍କା କଟାଯାଇ ବାକି ସମସ୍ତ ଫି ଫେରସ୍ତ କରାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ