Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହିମାଚଳରେ ଅଚାନକ ବାଦଲଫଟା ବର୍ଷାକୁ ଭୂସ୍ଖଳନ ; ଫସି ରହିଛନ୍ତି ୨୦୦ରୁ ଅଧିକ ପର୍ଯ୍ୟଟକ

ହିମାଚଳ ପ୍ରଦେଶ: ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାର ବାଗିପୁଲ ଅଞ୍ଚଳରେ ଜଳପ୍ରଳୟ। ସେଠାରେ ବନ୍ୟା ପରିସ୍ଥିତି ଯୋଗୁଁ ଅଧାରୁ ଅଟକିଛନ୍ତି ପର୍ଯ୍ୟଟକ। ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ସମେତ ୨୦୦ ରୁ ଅଧିକ ଲୋକ ଫସି ରହିଥିବା ସୂଚନା ମିଳିଛି। ମଣ୍ଡି ଜିଲ୍ଲା ପୋଲିସ କହିଛି ଯେ ମାଣ୍ଡି ଜିଲ୍ଲାର ବାଗିପୁଲ ଅଞ୍ଚଳରେ ହଠାତ୍ ବନ୍ୟା ପରିସ୍ଥିତି ଦେଖାଦେଇଛି।

ସୂଚନା ଅନୁଯାୟୀ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ମଣ୍ଡିର ବାଗି ବ୍ରିଜ ଚାରିପାଖରେ ବାଦଲ ଫଟା ବର୍ଷା ପରେ ଘଟିଥିବା ବନ୍ୟା ଯୋଗୁଁ କମାନ୍ଦ ଆଗକୁ ପରାଶର ଅଭିମୁଖେ ଯାଉଥିବା ରାସ୍ତା ବନ୍ଦ ରହିଛି ବୋଲି ମଣ୍ଡି ପୋଲିସ ସୂଚନା ଦେଇଛି। ଏହି ସମୟରେ, ରାଜ୍ୟର ପଣ୍ଡୋହ-ମଣ୍ଡି ଏନଏଚ୍ ଉପରେ ଚାର୍ମିଲରୁ ସାତମିଲ ମଧ୍ୟରେ ଅନେକ ସ୍ଥାନରେ ଭୂସ୍ଖଳନ ଘଟିଛି। ଫଳରେ ଜାତୀୟ ରାଜପଥ ବନ୍ଦ ରହିଛି ଏବଂ ଖୋଲିବାକୁ ସମୟ ଲାଗିବ ବୋଲି ପୋଲିସ କହିଛି।

ପୋଲିସ ଆହୁରି ମଧ୍ୟ କହିଛି ଯେ କାମାଣ୍ଡ ନିକଟରେ ପ୍ରବଳ ଭୂସ୍ଖଳନ ହେତୁ ବନ୍ଦ ହୋଇଥିବା କାଟୋଲା ଦେଇ ମଣ୍ଡି-କୁଲୁ ରାସ୍ତା ଆସନ୍ତାକାଲି ଖୋଲିବ ବୋଲି ଆଶା କରାଯାଉଛି। ଲଗାତାର ବର୍ଷା ପରେ ହିମାଚଳର କାଙ୍ଗଡା ସହରର ଅନେକ ଅଂଶ ଜଳମଗ୍ନ ହୋଇଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ