Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଲମ୍ବିତ ହେଲେ ମଦ୍ୟପ ଶିକ୍ଷକ

କୋକସରା: ମଦ ନିଶା ରେ ଚୁର ହୋଇ ମାତାଲ ଶିକ୍ଷକ ଙ୍କ ଖବର ବିଭିନ୍ନ ସାମାଜିକ ଗଣମାଧ୍ୟମ ଓ ଖବରକାଗଜ ରେ ପ୍ରକାଶିତ ହେବାପରେ ଆକ୍ସନ ମୋଡ଼ ରେ ଶିକ୍ଷା ବିଭାଗ, ମଦ୍ୟପ ଶିକ୍ଷକ ଙ୍କୁ କୋକସରା ବ୍ଲକ ଶିକ୍ଷା ଅଧିକାରୀ ନିଲମ୍ବିତ କରିଥିବା ଜଣାପଡ଼ିଛି। ସୂଚନା ମତେ କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଘନାଗୁଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଭୋଜରାଜ ଶବର ଗତ ୨୨ ତାରିଖରେ ସ୍କୁଲ ଶ୍ରେଣୀ କୋଠରି ରେ ପାଠ ପଢ଼ାଇବା ବଦଳ ରେ ମଦ ନିଶା ରେ ମାତାଲ ଅବସ୍ଥାରେ ଚୌକି ରେ ଅଚେତ ଅବସ୍ଥାରେ ଥିବା ଦେଖି ସ୍ଥାନୀୟ ୱାର୍ଡ଼ ମେମ୍ବର ରୁଦ୍ର ପ୍ରସାଦ ଦାସ ସମେତ ସ୍କୁଲ କମିଟିର ସଦସ୍ୟ ମାନେ ଶିକ୍ଷକ ଙ୍କ ଭିଡ଼ିଓ ଉତ୍ତୋଳନ କରି ବିଭିନ୍ନ ସାମାଜିକ ଗଣମାଧ୍ୟମ ରେ ଭାଇରାଲ କରିଥିଲେ, ପରେ ଘଟଣା ସମ୍ପର୍କରେ ବିଭିନ୍ନ ଖବରକାଗଜ ରେ ଖବର ପ୍ରକାଶିତ ପରେ ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗୀୟ ଅଧିକାରୀ ମାନେ ଘଟଣା ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ମଦ୍ୟପ ଶିକ୍ଷକ ଙ୍କୁ ଚାକିରୀ ରୁ ନିଲମ୍ବିତ କରି ବ୍ଲକ ଶିକ୍ଷା ବିଭାଗ ରେ ଅବସ୍ଥାପିତ ରହିବାକୁ ନିର୍ଦେଶ ସହ ନିଲମ୍ବିତ ତାରିଖ ରୁ ଅଧା ଦରମା ପ୍ରଦାନ କରିବାକୁ ମଧ୍ୟ ବ୍ଲକ ଶିକ୍ଷା ଅଧିକାରୀ ଙ୍କ ପକ୍ଷରୁ କୁହାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ