Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବେଆଇନ ଦେଶି ବନ୍ଧୁକ ଓ ଜୀବଜନ୍ତୁ ଶିକାର ଘଟଣା ରେ ଦୁଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କଲା ବନବିଭାଗ।

କୋକସରା:୨୬/୦୬ ଛତିଶଗଡ ଏସଟିଏଫ ଟିମ ଓ ବନବିଭାଗ ର ମିଳିତ ଅପରେସନ ଶନିବାର ଓ ରବିବାର ଦୁଇଦିନ ଧରି କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ବେହେରା ଫରେଷ୍ଟ ସେକ୍ସନ ଅଧୀନ ରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ଖଲିଗଡ଼ ସିନ୍ଧିଭଟାପଡା ଓ ନୂଆପଡା,ଯାନୀପଡା ରେ ଚଢାଉ କରାଯାଇ ୬ ଟି ଦେଶି ବନ୍ଧୁକ ସହ ଶିକାର ହେଉଥିବା ବିଭିନ୍ନ ବନ୍ୟଜନ୍ତୁ ହାଡ଼,କଙ୍କାଳ ଓ ଶିକାର କରିବାରେ ବ୍ୟବହୃତ ହେଉଥିବା ତାର, ଫାସ, ଧନୁଶର ଜବତ ହୋଇଥିବା ବେଳେ ସିନ୍ଧିଭଟାପଡା ଗ୍ରାମରେ ଚଢ଼ାଉ ସମୟରେ ଦୈତାରି ଚଳାନ (୪୨) ଓ ନୂଆପଡା ଗ୍ରାମର ଧନେଶ୍ୱର ପ୍ରଧାନୀ(୨୭ ) ଦୁଇ ଯୁବକକୁ ଗିରଫ କରିଥିଲା ବନବିଭାଗ। ତେବେ ରବିବାର ଜଙ୍ଗଲ ସୁରକ୍ଷା ସମିତି ର ସଭାପତି ତ୍ରିନାଥ ପୁଝାରି ଙ୍କୁ ଘରୁ ଉଠାଇ ନେଇଥିବା ବେଳେ ପରେ ଛାଡି ଦେଇଥିଲେ। କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଡିଏଫଓ ଦୟାନନ୍ଦ ଗଜାନନ ଲାଡେ ଙ୍କ ନେତୃତ୍ୱରେ ଚଢ଼ାଉ ହୋଇଥିବା ବେଳେ ଗିରଫ ଦୁଇ ଅଭିଯୁକ୍ତ ଙ୍କୁ ବେଆଇନ ଦେଶି ବନ୍ଧୁକ ରଖି ବନ୍ୟଜନ୍ତୁ ଶିକାର କରୁଥିବା ନେଇ ସ୍ପଷ୍ଟ ପ୍ରମାଣିତ ହେବାପରେ ସୋମବାର ଦୁଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛି ଧର୍ମଗଡ ବନବିଭାଗ। ଏନେଇ ଧର୍ମଗଡ ରେଞ୍ଜର ଭବାନୀ ଶଙ୍କର କାଉର ଙ୍କ ପ୍ରତିକ୍ରିୟା ନେବାରୁ ବେଆଇନ ବନ୍ଧୁକ ରଖି ବନ୍ୟଜନ୍ତୁ ଶିକାର କରୁଥିବା ଅଭିଯୋଗ ରେ କୋର୍ଟ ଚାଲାଣ କରାଯାଇଛି ବୋଳି ସୁଚନା ଦେଇଛନ୍ତି।