Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱିଡେନରେ କୋରାନ ଜାଳିବା ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ପୁଟିନ୍‌, କହିଲେ ଯଦି ଋଷରେ ଏହା ହୋଇଥାନ୍ତା ତେବେ…

ନୂଆଦିଲ୍ଲୀ: ଋଷର ମୁସଲିମ ବହୁଳ ପ୍ରାନ୍ତ ଦାଗିସ୍ତାନର ମସଜିଦରେ ଗସ୍ତ କରିଥିଲେ ପୁଟିନ୍।  ରିପୋର୍ଟ ଅନୁଯାୟୀ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ ମସଜିଦ ଗସ୍ତ ସମୟରେ ଉପହାର ସ୍ୱରୂପ ପବିତ୍ର କୋରାନର ଏକ କପି ଗ୍ରହଣ କରିଛନ୍ତି। ଏହି ଉପହାର ପାଇଁ ସେ ମୁସଲମାନ ନେତାମାନଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ ମୁସଲମାନମାନଙ୍କ ପାଇଁ କୋରାନ ପବିତ୍ର ଏବଂ ଅନ୍ୟମାନଙ୍କ ପାଇଁ ପବିତ୍ର ହେବା ଉଚିତ। ଆମେ ସବୁବେଳେ ଏହି ନିୟମ ପାଳନ କରିବୁ।

ଅନ୍ୟପଟେ ସ୍ୱିଡେନରେ ପବିତ୍ର ଗ୍ରନ୍ଥ କୋରାନକୁ ପୋଡିଦେବା ଘଟଣାକୁ କଡା ନିନ୍ଦା କରିଛନ୍ତି ପୁଟିନ୍‌। ଏହି ଘଟଣାକୁ ନେଇ ପୁଟିନ୍‌ କହିଛନ୍ତି ଯେ ଯଦି ଆମ ଦେଶରେ ଏଭଳି ଘଟଣା ଘଟିଥାନ୍ତା, ତେବେ ଏହାକୁ କେବେବି ବରଦାସ୍ତ କରାଯାଇନଥାନ୍ତା ।

ରାଷ୍ଟ୍ରପତି ପୁଟିନ ସ୍ୱିଡେନରେ କୋରାନ ଜାଳିବା ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ କଡା ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ କେତେକ ଦେଶରେ ପବିତ୍ର କୋରାନକୁ ଅପମାନ କରିବା ଅପରାଧ ଭାବରେ ଦେଖାଯାଏ ନାହିଁ, କିନ୍ତୁ ଋଷରେ ଏହା ପାଇଁ ଦଣ୍ଡର ବ୍ୟବସ୍ଥା ରହିଛି। ଏହା ଏକ ଦଣ୍ଡନୀୟ ଅପରାଧ। ସେ କହିଛନ୍ତି ଯେ ଆମ ଦେଶରେ ଉଭୟ ସମ୍ବିଧାନ ଏବଂ ଦଣ୍ଡବିଧି ଅନୁଯାୟୀ ଅପରାଧ ଅଟେ। ଯଦି ଋଷରେ ଏପରି ଅପରାଧ ହୋଇଥାନ୍ତା ତେବେ ଦୋଷୀ ନିଶ୍ଚିତ ଭାବରେ ଦଣ୍ଡ ପାଇଥାନ୍ତେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ