Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେହରେ ନିଆଁ ଲଗାଇ ୧୦୦ ମିଟର ରେସ୍‌ ଦୌଡିଲେ ବ୍ୟକ୍ତି; ଆଉ ତା’ପରେ…

ନୂଆଦିଲ୍ଲୀ: ଅସାଧାରଣ ହୋଇ ବଞ୍ଚିବାକୁ ହେଲେ କିଛି ଅସାଧାରଣ କାର୍ଯ୍ୟ କରିବାକୁ ହୋଇଥାଏ। ଯାହାକୁ ପରବର୍ତ୍ତୀ ସମୟରେ ସମଗ୍ର ଦୁନିଆ ସର୍ବଦା ମନେ ରଖିଥାଏ। ଫ୍ରାନ୍ସର ଜଣେ ବ୍ୟକ୍ତି ଏପରି ଏକ କଳାକୃତି ପ୍ରଦର୍ଶନ କରିଛନ୍ତି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଏହି ବ୍ୟକ୍ତିଙ୍କ ଜଣଙ୍କ ହେଉଛନ୍ତି ଜୋନାଥନ୍ ଭେରୋ। ଯିଏ ନିଜ ଶରୀରରେ ନିଆଁ ଲଗାଇ ଦ୍ରୁତ ଗତିରେ ଅର୍ଥାତ୍‌ ୧୦୦ ମିଟର ରେସ୍‌ ପୂରା କରିଛନ୍ତି। ଏହି ୩୯ ବର୍ଷୀୟ ଫ୍ରେଞ୍ଚ ଅଗ୍ନିଶମ କର୍ମଚାରୀ ଅମ୍ଳଜାନ ବିନା ତାଙ୍କ ଶରୀରରେ ନିଆଁ ଲଗାଇ ୧୦୦ ମିଟର ଦୌଡ ସମାପ୍ତ କରିଥିଲେ। ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯଦି ଆପଣ ଏହି ଭିଡିଓ ଦେଖିନ୍ତି କିଛି ସମୟ ପାଇଁ ନିଶ୍ଚିୟ ଭୟଭୀତ ହୋଇଯିବେ। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧.୭ ମିଲିୟନ ଲୋକ ଦେଖିସାରିଛନ୍ତି।

ଗିନିଜ ୱାର୍ଲ୍ଡ ରେକର୍ଡ ଅନୁଯାୟୀ, ଜୋନାଥନ ଭେରୋ ୨୭୨.୨୫ ମିଟର ଦୌଡ଼ିଥିଲେ ଏବଂ ଅମ୍ଳଜାନ ବିନା ନିଆଁକୁ ଆୟତ୍ତ କରିଥିଲେ ଏବଂ ପ୍ରୋଟେକ୍ଟିଭ୍‌ ସୁଟ ପିନ୍ଧିଥିଲେ। ସେ ୨୦୪.୨୩ ମିଟର ଦୌଡର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ମାତ୍ର ୧୭ ସେକେଣ୍ଡରେ ଏହା କରି ସେ ପୂର୍ବ ରେକର୍ଡକୁ ଭାଙ୍ଗିଛନ୍ତି। ଏହା ସହିତ ସେ ତାଙ୍କ ନାମ ଗିନିଜ ବୁକରେ ମଧ୍ୟ ସ୍ଥାନ ପାଇଛି।

ଏହି ଭିଡିଓରେ ଦେଖାଯାଇଛି ଯେ ଜୋନାଥନଙ୍କ ଶରୀରରେ ନିଆଁ ଲାଗିଯାଇଛି ଏବଂ ସେ ଦୌଡିବା ଆରମ୍ଭ କରିବା ମାତ୍ରେ ନିଆଁ ତାଙ୍କ ଶରୀରରେ ବ୍ୟାପି ଯାଇଥିଲା। ଏହା ସତ୍ତ୍ବେ ସେ ଦ୍ରୁତ ଗତିରେ ଦୌଡୁଥିବାର ଦେଖିବାକୁ ମିଳିଥିଲା। ରେକର୍ଡ ଭାଙ୍ଗିବା ପରେ ଜୋନାଥନ୍ ହାତ ହଲାଇ ଖୁସି ବ୍ୟକ୍ତ କରିଛନ୍ତି। ଏହା ପରେ ସୁରକ୍ଷା କର୍ମୀମାନେ ଆସି ତାଙ୍କ ଶରୀରରେ ନିଆଁ ଲିଭାଇ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ