Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିସୋଦିଆଙ୍କୁ ମିଳିବ ଜାମିନ!; ଆଜି ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଜେଲରେ ଅଛନ୍ତି। ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଅର୍ଥାତ୍ ଇଡି ଏହି ଘଟଣାର ଅନୁସନ୍ଧାନ କରୁଛି। ସେପଟେ, ଆଜି ଅପରାହ୍ନ ୨.୩୦ରେ ସିସୋଦିଆଙ୍କ ଜାମିନ ଆଦେଶ ଉପରେ ଦିଲ୍ଲୀ ହାଇକୋର୍ଟ ଶୁଣାଣି କରିବେ। ମନୀଷ ସିସୋଦିଆ ମଦ ଦୁର୍ନୀତି ମାମଲାରେ ଦୀର୍ଘ ସମୟ ଧରି ଜେଲରେ ଅଛନ୍ତି।

ଏଥି ସହିତ ଆମ୍ ଆଦମୀ ପାର୍ଟିର ପୂର୍ବତନ ସଞ୍ଚାର ନିର୍ଦ୍ଦେଶକ ବିଜୟ ନାଗର, ଅଭିଷେକ ବୋଇନପଲ୍ଲୀ, ବିନୟ ବାବୁଙ୍କ ଜାମିନ ଆବେଦନ ଉପରେ ମଧ୍ୟ କୋର୍ଟ ନିର୍ଦ୍ଦେଶ ଜାରି କରିବାକୁ ଯାଉଛନ୍ତି।

ଦିଲ୍ଲୀର ଅବକାରୀ ନୀତିରେ ହୋଇଥିବା ଅନିୟମିତତା ଅଭିଯୋଗରେ ଅର୍ଥ ହେରଫେର ମାମଲାରେ ମନିଷ ସିସୋଦିଆଙ୍କୁ ମାର୍ଚ୍ଚ ୯ ରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଗିରଫ କରିଥିଲା। ଏହାପୂର୍ବରୁ ସିବିଆଇ ୨୬ ଫେବୃଆରୀରେ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା। ଏହି ସମୟରେ ତାଙ୍କୁ ୮ ଘଣ୍ଟା ଜେରା କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ