Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କର୍ଲାମୁଣ୍ଡାବ୍ଲକ ରେ ନୂତନ ବିଇଓ ଙ୍କ ଯୋଗଦାନ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେ ସୋମବାର ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ବିଜୟଲଷ୍ମୀ ନାଗ ଦାୟିତ୍ୱ ଗ୍ରହଣ କରିଛନ୍ତି l ସେ ଏହା ପୂର୍ବରୁ ମ ରାମପୁର ତହସିଲ ଅଧୀନରେ ରାଜସ୍ବ ନିରୀକ୍ଷିକା ଭାବେ କାର୍ଯ୍ୟରତ ଥିଲେ l ଓଇଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ବର୍ତ୍ତମାନ ଗୋଷ୍ଠି ଶିକ୍ଷା ଅଧିକାରୀ ଭାବେ କର୍ଲାମୁଣ୍ଡା ବ୍ଳକ ରେ ଯୋଗ ଦେଇଛନ୍ତି।ତାଙ୍କ ଦାୟିତ୍ୱ ଗ୍ରହଣ ସମୟରେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ରାମଚନ୍ଦ୍ରସା,ମୁଖ୍ୟ କିରାଣୀ ଶିଶିର ଦାଶ୍,ସିନିୟର କ୍ଲର୍କ ତ୍ରିଜ୍ୟୋତି ନିଆଲ, ବିଆରଟି ପ୍ରଦୀପ କୁମାର ବେହେରା, ସିଆରସିସି ହେମନ୍ତ ନାଏକ,ଗୋପମଣୀ ସାହୁ,ସଞ୍ଜୟ ଦାସ ,ପ୍ରଶାନ୍ତ କୁମାର ମିଶ୍ର ପ୍ରମୂଖ ଉପସ୍ଥିତ ରହି ସ୍ୱାଗତ ଜଣାଇଥିଲେ l ତେବେ ଜନସାଧାରଣ ଙ୍କ ସହଯୋଗରେ କର୍ଲାମୁଣ୍ଡା ବ୍ଲକକୁ ଶିକ୍ଷାକ୍ଷେତ୍ରରେ ଅଗ୍ରଣୀ ବ୍ଲକ ରଖିବାକୁ ସେ ଉଦ୍ୟମ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ