Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ୍ୟାବିନେଟ ସଂପ୍ରସାରଣ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ; ନିର୍ବାଚନ ରାଜ୍ୟ ଉପରେ ମୋଦୀଙ୍କ ଫୋକସ୍‌

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର କ୍ୟାବିନେଟରେ ଅନେକ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଚାଲିଛି। କୁହାଯାଉଛି ଯେ ଆସନ୍ତା କିଛି ଦିନ ମଧ୍ୟରେ ମୋଦୀ ସରକାରଙ୍କ କ୍ୟାବିନେଟରେ ଆହୁରି ଅନେକ ମନ୍ତ୍ରୀଙ୍କ ନାମ ଅନ୍ତର୍ଭୁକ୍ତ ହୋଇପାରେ। କ୍ୟାବିନେଟ ସମ୍ପ୍ରସାରଣ ପାଇଁ ପ୍ରସ୍ତୁତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ତାଙ୍କ ମନ୍ତ୍ରୀଙ୍କ ସହ ଏକ ବୈଠକ କରିଥିଲେ। ସୂଚନା ଅନୁଯାୟୀ କ୍ୟାବିନେଟ ବିସ୍ତାର ପ୍ରସ୍ତୁତି ପାଇଁ ପିଏମ ମୋଦୀ ଏକ ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି। ଏହି ପରିବର୍ତ୍ତନରେ କ୍ୟାବିନେଟରେ ଅନେକ ନୂତନ ଚେହେରା ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ଏହାସହିତ କିଛି ମନ୍ତ୍ରୀ ଦଳରୁ ବାହାରିବା ନେଇ ମଧ୍ୟ ଆଲୋଚନା କରାଯାଉଛି।

ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ଅନେକ ମନ୍ତ୍ରୀଙ୍କୁ ପିଙ୍କ୍‌ ସ୍ଲିପ୍ ଦେଇଛନ୍ତି। ଗୁଜୁରାଟର ତିନିଜଣ ମନ୍ତ୍ରୀ ଡେଞ୍ଜର ଜୋନରେ ଥିବା ଜଣାପଡିଛି। ମାନସୁଖ ମାଣ୍ଡଭିଆ, ପୁରୁଷୋତ୍ତମ ରୂପାଲା ଏବଂ ଦର୍ଶନ ଜରଦୋଶଙ୍କ ମନ୍ତ୍ରୀପଦ ପ୍ରତି ବିପଦ ରହିଛି। ୟୁପିର କେତେକ ମନ୍ତ୍ରୀଙ୍କୁ ପଦରୁ ହଟାଯାଇପାରେ ବୋଲି କୁହାଯାଉଛି। ବର୍ତ୍ତମାନ ମୋଦୀ କ୍ୟାବିନେଟରେ ୟୁପିରୁ ୧୬ ଜଣ ମନ୍ତ୍ରୀ ଅଛନ୍ତି।

2024 ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଧ୍ୟାନ ମଧ୍ୟ ସେହି ରାଜ୍ୟଗୁଡ଼ିକ ଉପରେ ଅଛି ଯେଉଁଠାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଭଳି ପରିସ୍ଥିତିରେ ମୋଦି କ୍ୟାବିନେଟରେ ଏହି ରାଜ୍ୟଗୁଡ଼ିକର ପ୍ରତିନିଧିତ୍ୱ ବୃଦ୍ଧି ପାଇପାରେ। ମଧ୍ୟପ୍ରଦେଶର କିଛି ନେତାଙ୍କୁ କ୍ୟାବିନେଟରେ ଏଣ୍ଟ୍ରି ମିଳିପାରେ। ତେଲେଙ୍ଗାନାରୁ ମୋଦୀଙ୍କ କ୍ୟାବିନେଟରେ ମଧ୍ୟ ଏକ ନୂଆ ଚେହେରା ଦେଖିବାକୁ ମିଳିପାରେ। ଛତିଶଗଡରୁ ମଧ୍ୟ ବିଜେପିର ଜଣେ ବଡ ନେତାଙ୍କୁ କେନ୍ଦ୍ରକୁ ପଠାଯାଇପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ