Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବାହୁଡା ସରିଲା, ବରଷା ନ ହୋଇଲା,,ଶ୍ରାବଣ ରେ ବୈଶାଖ ର ଖରା, ଚିନ୍ତା ରେ ଚାଷି।

କୋକସରା:୦୪/୦୭ ଜଳବାୟୁ ପରିବର୍ତ୍ତନ ଯୋଗୁ ବଦଳିଯାଇଛି ପୃଥିବୀର ସନ୍ତୁଳନ,ମୌସୁମୀ ଆସିଛି ହେଲେ ଲୁଚି ଯାଇଛି ମେଘ, ଆଷାଢ଼ ମାସ ଯାଇ ଶ୍ରାବଣ ଆସିଲା ହେଲେ ବର୍ଷା ର ଦେଖା ନାହିଁ, ଆଷାଢ଼ ମାସ ରେ ବୈଶାଖ ମାସ କୁ ମାତ ଦେଲାଭଳି ପ୍ରଚଣ୍ଡ ତାତି କୁ ଦେଖି ଚାଷି ମନରେ ଛନକା ପସିଲାଣି। ଚାଷଜମି ପ୍ରସ୍ତୁତ କରି ଚାଷି ବର୍ଷା କୁ ଚାତକ ଭଳି ଚାହିଁ ବସିଛି, ହେଲେ ବର୍ଷା ଉଭାନ ହୋଇ ଯାଇଛି। କୋକସରା ବ୍ଲକ ରେ ୨୨ ପଞ୍ଚାୟତ ରହିଥିବା ବେଳେ ଅନେକ ପଞ୍ଚାୟତ ର ଅଣ ଜଳସେଚିତ ଚାଷଜମି ପାଇଁ ଜଳସେଚନ ର ସୁବିଧା ନାହିଁ। କେବଳ ବର୍ଷା ଭରସାରେ ଚାଷ ହୁଏ। ଇନ୍ଦ୍ରାବତୀ ବାମ କେନାଲ ରୁ ବ୍ଲକ ର ମୋଟେର, କାଶିବାହଲ, କନ୍ଦାବୁଟୁରା ପଞ୍ଚାୟତ ର କିଛିକାଂଶ ଚାଷଜମି ଜଳସେଚନ ସୁବିଧା ପାଉଥିବା ବେଳେ ବିଗତ ୨୦୨୧ ଠାରୁ ଇନ୍ଦ୍ରାବତୀ ଉଠା ଜଳସେଚନ ମେଗାଲିଫ୍ଟ କେନାଲ ଦ୍ୱାରା ବ୍ଲକ ର ଲଡୁଗାଁ, କନ୍ଦାବୁଟୁରା, କାଶିବାହଲ, ଫୁଫଗାଁ, ଗମ୍ଭାରୀଗୁଡା, କୋକସରା, ରେଙ୍ଗାଳପାଲି,ମାଝୀଗୁଡା, ଡାଲଗୁମା, ମୂଷାପାଲି, ଖୁଣ୍ଟିଆ, ସାନ ପୋଡ଼ାଗୁଡା, ଡ଼ହଗାଁ, ଟେମରା ପଞ୍ଚାୟତ ର ୪୧ ଗ୍ରାମର ୧୧ ହଜାର ୩୦୨ ହେକ୍ଟର ଚାଷଜମି କୁ ଖରିଫ ଚାଷ ପାଇଁ ଜଳସେଚନ ଯୋଗାଇ ଦେବାପାଇଁ ଲକ୍ଷ୍ୟ ରହିଛି।ତେବେ ବ୍ଲକ ର ଆମପାଣି, ବଡ଼ ପୋଡ଼ାଗୁଡା, ଗୋତୋମୁଣ୍ଡା, ବରାଡୋଙ୍ଗା, କାଉଡୋଳା,ମହିମା, ଡୁଡୁକାଠେଙ୍ଗା ପଞ୍ଚାୟତ ର ଚାଷି ମେଗାଲିଫ୍ଟ କେନାଲ ଜଳସେଚନ ସୁବିଧା ପାଇବାରେ ବଞ୍ଚିତ ରହିଛନ୍ତି। ଅନ୍ୟପଟେ କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ଥିବା ବେହେରା ଡ୍ୟାମ ରୁ ଖରିଫ ଋତୁ ରେ ୨୦୦୦ ହେକ୍ଟର କୁ ଜଳସେଚନ ର ସୁବିଧା ରହିଥିବା ବେଳେ ବର୍ଷା ଅଭାବ କାରଣରୁ ଡ୍ୟାମ ରେ ମଧ୍ୟ ଜଳସେଚନ ପାଇଁ ଆବଶ୍ୟକ ପାଣି ନାହିଁ, ଫଳରେ ଡ୍ୟାମ ଉପରେ ନିର୍ଭର କରୁଥିବା ଚାଷୀମାନେ ମଧ୍ୟ ହତାଶ ହୋଇ ପଡିଛନ୍ତି। କୋକସରା ବ୍ଲକ କାର୍ଯ୍ୟାଳୟ ରୁ ମିଳିଥିବା ସୂଚନା ଅନୁସାରେ ଚଳିତ ବର୍ଷ ମାର୍ଚ୍ଚ ମାସ ରେ ୭୩ ମିମି, ଅପ୍ରେଲ ମାସ ରେ ୧୮୧ ମିମି, ମଇ ମାସ ରେ ୫୦ ମିମି,ଜୁନ ମାସ ରେ ୧୧୯ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଯେଉଁ ବୃଷ୍ଟିପାତ ହୋଇଛି ତାହା ଚାଷ ପାଇଁ ଅତି କମ। କୃଷି ବିଭାଗ ରୁ ମିଳିଥିବା ସୂଚନା ଅନୁସାରେ କୋକସରା ବ୍ଲକ ରେ ମୋଟ ୧୯,୫୩୦ ହେକ୍ଟର ରେ ଧାନ ଚାଷ ପାଇଁ ଆକଳନ କରାଯାଇଛି। ସେମଧ୍ୟରୁ ୩୦ ପ୍ରତିଶତ ବୁଣା ଓ ୭୦ ପ୍ରତିଶତ ରୁଆ ପାଇଁ ଜମି ପ୍ରସ୍ତୁତ କରିଛନ୍ତି ଚାଷି,ହେଲେ ବର୍ଷା ଅଭାବ ରୁ ଚାଷ କାର୍ଯ୍ୟ ଠପ ହୋଇପଡ଼ିଛି। ବ୍ଲକ ର ୫୦ ପ୍ରତିଶତ ଚାଷି ଧାନ ଚାଷ ପାଇଁ ବିହନ ତଳି ପକାଇ ସାରିଥିବା ବେଳେ ବର୍ଷା ଅଭାବ ରୁ ସବୁ ନଷ୍ଟ ହେବା କୁ ବସିଲାଣି ବୋଳି ଚାଷି ଅଭିଯୋଗ କରିଛନ୍ତି। କିଛି ସ୍ଥାନରେ ଚାଷି ଟ୍ୟାଙ୍କର ରେ ପାଣି ନେଇ ତଳି ରେ ଦେଇ ବଞ୍ଚାଇବାକୁ କରୁଥିବା ଚିତ୍ର ମଧ୍ୟ ଦେଖିବାକୁ ମିଳିଛି।ଅନ୍ୟପଟେ ଆସନ୍ତା ୭ ତାରିଖ ରୁ ଇନ୍ଦ୍ରାବତୀ ବାମ କେନାଲ ଓ।ମେଗାଲିଫ୍ଟ କେନାଲ ଦେଇ ଖରିଫ ଚାଷ ପାଇଁ ଜଳସେଚନ ଆରମ୍ଭ ହେବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ତେବେ ଆଉ ସପ୍ତାହ ମଧ୍ୟରେ ବର୍ଷା ନହେଲେ ସ୍ଥିତି ଅସମ୍ଭାଳ ହେବ ବୋଲି ଚାଷି ମାନେ ପ୍ରକାଶ କରିଛନ୍ତି।