Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାହିତାଧିକାରୀଙ୍କ ଭୁମି ପୂଜନ ଓ ଶପଥ ପାଠ ସମାରୋହ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ର ବିଭିନ୍ନ ପଞ୍ଚାୟତ ରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ନୂତନ ହିତାଧିକାରୀ ମାନଙ୍କୁ ସମୟ ସୀମା ମଧ୍ୟରେ ଗୃହ ନିର୍ମାଣ କାର୍ଯ୍ୟ ସମାପ୍ତ କରିବା ପାଇଁ ଉତ୍ସାହିତ କରିବା ଉଦ୍ଧେଶ୍ୟରେ ଭୂମି ପୂଜନ ଓ ଶପଥ ପାଠ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ରିଂଜା ପଂଚାୟତ ର ଦେଓଗାଁ ଟିକ୍ରାପଡା ଠାରେ ନୂତନ ହିତାଧିକାରୀଙ୍କୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ପଞ୍ଚାନନ ବାଗ,ଗ୍ରାମ ରୋଜଗର ସେବକ ଶିବ କୁମାର ଭୋଇ, ନାଏବ ସରପଞ୍ଚ ପୂର୍ଣ୍ଣମୀ ମାଝୀ, ୱାର୍ଡ ସଭ୍ୟା ସରସ୍ୱତୀ ସାହୁ,ଯୋଗାଣ ସହାୟକ ଫକୀର ଚରଣ ବାଗ ପ୍ରମୁଖ ଯୋଗ ଦେଇ ଗୃହ ନିର୍ମାଣ କାର୍ଯ୍ୟ କୁ ୪ ରି ରୁ ୬ ମାସ ମଧ୍ୟରେ ସମାପ୍ତ କରିବା ଓ ଅନୁଦାନ ରାଶି କୁ ଅନ୍ୟ କୌଣସି କାମରେ ଖର୍ଚ୍ଚ ନ କରିବା ପାଇଁ ସାମୁହିକ ଶପଥ ପାଠ କରେଇବା ସହ ଭୂମୀ ପୂଜନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ