Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କରିବା ଘଟଣା; ଗିରଫ ହେଲେ ବିଜେପି ପ୍ରତିନିଧି

ଭୋପାଳ: ଆମ ଚାରିପାଖରେ ଅନେକ ସମୟରେ ଏପରି ଅନେକ ଅସାମାଜିକ କାର୍ଯ୍ୟ ହୋଇଥାଏ, ଯାହା ଦେଖି ସହ୍ୟ କରିବା ଅସମ୍ଭବ ହୋଇପଡେ। ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲା ପରେ ଆପଣ ନିଶ୍ଚିତ କ୍ରୋଧିତ ହେବେ। ଏହି ଭାଇରାଲ୍ ଭିଡିଓରେ ଜଣେ ବ୍ୟକ୍ତି ସର୍ବସାଧାରଣରେ ଜଣେ ଆଦିବାସୀ ବ୍ୟକ୍ତିଙ୍କ ଉପରେ ପରିସ୍ରା କରୁଥିବା ଦେଖିବାକୁ ମିଳିଛି। ଏହାକୁ ଦେଖିଲା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଉକ୍ତ ଯୁବକଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି। ତେବେ ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କରିବା ମହଙ୍ଗା ପଡିଛି । ଗିରଫ ହୋଇଛନ୍ତି ବିଜେପି ପ୍ରତିନିଧି ପ୍ରବେଶ ଶୁକ୍ଳା ।  ସେ ଧରା ପଡ଼ିଥିବା କଥା ପୁଲିସ ସୂତ୍ରରୁ ପ୍ରକାଶ କରାଯାଇଛି।

ଭାଇରାଲ ହେଉଥିବା ଏହି ଭିଡିଓକୁ ମଧ୍ୟପ୍ରଦେଶର ବୋଲି କୁହାଯାଉଛି। ଏହି ଭିଡିଓରେ ଦେଖିବାକୁ ମିଳିଛି କି ପ୍ରବେଶ ଶୁକ୍ଳା ନିଶାରେ ଜଣେ ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କରୁଛନ୍ତି । ହାତରେ ସିଗାରେଟ ଧରି ଜଣେ ମାଫିଆ ଭଳି ସେ ଜଣେ ଆଦିବାସୀ ଯୁବକଙ୍କ ଉପରେ ଯେଭଳି ପରିଶ୍ରା କରୁଛନ୍ତି ତାହା ସଭ୍ୟ ସମାଜ ଓ ଏକ ଗଣତନ୍ତ୍ର ରାଷ୍ଟ୍ରର ସରକାରଙ୍କ ଚରିତ୍ରକୁ କଳଙ୍କିତ କରିଛି । ମାନବିକତାକୁ ଲଜ୍ଜିତ କରୁଥିବା ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ଉପଭୋକ୍ତାମାନେ ତାଙ୍କୁ ଗିରଫ କରିବାକୁ ଦାବି କରିଥିଲେ।

More Stories