Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମ ଆଦମୀ ପାର୍ଟି ପକ୍ଷରୁ ଜନ ସମାବେଶ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ସଦର ଉଦ୍ୟାନ ବଗିଚା ଠାରେ ଆମ ଆଦମୀ ପାର୍ଟି ପକ୍ଷରୁ ବୁଧବାର ୨୦୦ ୟୁନିଟ ଦେୟ ମୁକ୍ତ ବିଜୁଳି ଦାବିରେ ଜନ ସମାବେଶ ଅନୁଷ୍ଠିତ ହୋଇଥିଲା କଳାହାଣ୍ଡି ଜିଲ୍ଲା ସଭାପତି ସତ୍ୟ ମାହାର ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଆମ ଆଦମୀ ପାର୍ଟି ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର, ସମ୍ମାନିତ ଅତିଥି ଭାବେ ରାୟଗଡା ଜିଲ୍ଲା ସଭାପତି ଜନ୍ମେଜୟ ସ୍ୱାଇଁ,,ରାଜ୍ୟ ସମ୍ପାଦକ ଅମୀୟ ଶର୍ମା, ବଲାଙ୍ଗୀର ଜିଲ୍ଲା ସଭାପତି ଆଶିଷ ପାଣ୍ଡେ, କଳାହାଣ୍ଡି ଜିଲ୍ଲା ଲୋକସଭା ଇନଚାର୍ଜ କୃତିବାସ ମୁଣ୍ଡ, କଳାହାଣ୍ଡି ଜିଲ୍ଲା ସାଧାରଣ ସମ୍ପାଦକ ତୀର୍ଥ ବୁଦ୍ଧିଆ,ନର୍ଲା ନିର୍ବାଚନ ମଣ୍ଡଳୀ ସଭାପତି ପି. ଶଙ୍କର ରେଡି,କଳାହାଣ୍ଡି ଜିଲ୍ଲା ଉପ ସଭାପତି ମୋହନ ସାହୁ,ନାରୀନେତ୍ରୀ ମମତା ନାଏକ ପ୍ରମୁଖ ଯୋଗ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଉପରେ ବର୍ଷିବା ସହ ଆମ ଆଦମୀ ପାର୍ଟି କୁ ମଜବୂତ କରିବାକୁ ଆହ୍ୱାନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କର୍ଲାମୁଣ୍ଡା ବ୍ଳକ ସଭାପତି ଦଶରଥ ସାହୁ,ଧରଣୀ ସାହୁ,ଭକ୍ତ ସାହୁ,ଭୂପିନ୍ଦର ଦୀପ ଉମାକାନ୍ତି ସାହୁ,ରୀତା ରାଣୀ ଚୌଧୁରୀ,ଶମ୍ଭୁ ପାଣି ସାହୁ, ଯଶୋଦା ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ମ ରାମପୁର ଥାନା ଅଧିକାରୀ ସଚିନ୍ଦ୍ର କୁମାର ପ୍ରଧାନ ଙ୍କ ନେତୃତ୍ୱରେ ଏକ ଟିମ ମୁତୟନ ହୋଇଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ