Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଟେ ପଟେ ଆକାଶଛୁଆଁ ଟମାଟୋ ଦର; ଅନ୍ୟପଟେ ମହିଳାଙ୍କ ବିଲରୁ ଚୋରି କରିନେଲେ ୨.୫ ଲକ୍ଷର ଟମାଟୋ; ମାମଲା ରୁଜୁ

ବେଙ୍ଗାଲୁରୁ: ଗୋଟେ ପଟେ ବଜାରରେ ପରିବା ଦର ଆକାଶଛୁଆଁ ହୋଇଥିବା ବେଳେ ସବୁ ପରିବା ଦର ପ୍ରାୟ ୧୦୦ ଟପିଲାଣି। ଟମାଟୋ କଥା ତ ନ କହିବା ଭଲ। କିଛି ସ୍ଥାନରେ ଟମାଟୋ ଦର ୧୫୦ ଟଙ୍କାରୁ ଅଧିକ ଦାମ୍‌ରେ ବିକ୍ରି ହେଉଛି। ଅନ୍ୟପଟେ ଏଭଳି ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ଆସିଛି କର୍ଣ୍ଣାଟକରୁ। କର୍ଣ୍ଣାଟକରେ ଜଣେ ମହିଳା ଚାଷୀ କ୍ଷେତରୁ ଟମାଟୋ ଚୋରି ହେବାର ମାମଲା ସାମ୍ନାକୁ ଆସିଛି। ଜଣେ ମହିଳା ଚାଷୀ ଦାବି କରିଛନ୍ତି ଯେ ତାଙ୍କ ବିଲରୁ ୨.୫ ଲକ୍ଷ ଟଙ୍କା ମୂଲ୍ୟର ଟମାଟୋ ଚୋରି ହୋଇଯାଇଛି। ମହିଳା ଚାଷୀ ଏ ସମ୍ପର୍କରେ ଥାନାରେ ମାମଲା ରୁଜୁ କରିଛନ୍ତି।

ସୂଚା ଅନୁଯାୟୀ ମହିଳା ଚାଷୀ ଅଭିଯୋଗ କରିଛନ୍ତି ଯେ ଜୁଲାଇ ୪ ତାରିଖ ରାତିରେ ହାସନ ଜିଲ୍ଲାର ତାଙ୍କ ଚାଷ ଜମିରୁ ୨.୫ ଲକ୍ଷ ଟମାଟୋ ଟମାଟୋ ଚୋରି ହୋଇଛି। ଯେତେବେଳେ ସାରା ଦେଶରେ ଟମାଟୋ ମୂଲ୍ୟ ଆକାଶଛୁଆଁ ହେଉଛି ସେତେବେଳେ ଏଭଳି ଏକ ଘଟଣା ଘଟିଛି। ଟମାଟୋ ଚାଷ ପାଇଁ ଋଣ ନେଇଥିବାରୁ ସେ ବହୁତ କ୍ଷତି ସହିଛନ୍ତି ବୋଲି କହିଛନ୍ତି ଧାରିଣୀ।

ସେ କହିଛନ୍ତି, “ବିନ୍ ଫସଲରେ ଆମେ ବହୁ କ୍ଷତି ସହିଥିଲୁ ଏବଂ ଟମାଟୋ ଚାଷ ପାଇଁ ଋଣ ନେଇଥିଲୁ। ଆମର ଅମଳ ଭଲ ଥିଲା ଏବଂ ମୂଲ୍ୟ ଅଧିକ ଥିଲା। ସେ କହିଛତି ୫୦ରୁ ୬୦ ବ୍ୟାଗ ଟମାଟୋ ଚୋରି ହେବା ସହିତ ଅବଶିଷ୍ଟ ଫସଲକୁ ନଷ୍ଟ କରିଦିଆଯାଇଛି। ”

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ