Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଡେଙ୍ଗୁ ନିୟନ୍ତ୍ରଣ ଉପରେ ଟାସ୍କଫୋର୍ସ ମିଟିଂ ବ୍ଲକ ସଭାଗୃହ ରେ ଅନୁଷ୍ଠିତ

କୋକସରା: କୋକସରା ବ୍ଲକ ପଞ୍ଚାୟତ ସମିତି ସଭାଗୃହ ରେ ମଙ୍ଗଳବାର ଡେଙ୍ଗୁ ନିୟନ୍ତ୍ରଣ ସଚେତନତା ଉପରେ ବିଭିନ୍ନ ବିଭାଗ ର ଅଧିକାରୀ ଓ ଜନ ପ୍ରତିନିଧି ଙ୍କୁ ନେଇ ବ୍ଲକ ସ୍ତରୀୟଏକ ଟାସ୍କଫୋର୍ସ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ କୁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ ଙ୍କ ସଭାପତିତ୍ୱ ରେ କୋକସରା ବିଡ଼ିଓ ଉତ୍ତମ କୁମାର ବାଗ, ତହସିଲଦାର ଦେବବ୍ରତ କରାଟି, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଲଡୁଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ରଜତ ସୌମ୍ୟ ଅନୁରାଗ,ସିଡିପିଇଓ ସରୋଜା ଲତା ଦେବୀ, ବିଆରସିସିସ ତୋଫାନ ମାଝୀ, ବ୍ଲକ କୃଷି ଅଧିକାରୀ ରାକେଶ ରଞ୍ଜନ ମାଝୀ ଉପସ୍ଥିତ ରହିଥିବା ବେଳେ ଜନସ୍ୱାସ୍ଥ ସମ୍ପ୍ରସାରଣ ଅଧିକାରୀ ଚିଦାନନ୍ଦ ପଣ୍ଡା ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଟାସ୍କଫୋର୍ସ ର ଗଠନ ର ବିଭିନ୍ନ ଦିଗ ଉପରେ କହିଥିଲେ।ଭିବିଡିଟିଏସ ଦୁଷ୍ମନ୍ତ କୁମାର ରାଉତ ଡେଙ୍ଗୁ ନିରାକରଣ ପାଇଁ କ୍ଷେତ୍ର ସ୍ତରୀୟ କାର୍ଯ୍ୟପନ୍ଥା ବିଷୟରେ କହିଥିବା ବେଳେ ବ୍ଲକ ଉପାଧ୍ୟକ୍ଷ କୋକସରା ବ୍ଲକ ରେ ଡେଙ୍ଗୁ ନିୟନ୍ତ୍ରଣ ଉପରେ ଲୋକଙ୍କୁ ବିଭାଗ ପକ୍ଷରୁ ସଚେତନତା ଅଭିଯାନ କରିବା ପାଇଁ ନିଜ ପକ୍ଷ ରଖିଥିଲେ।କାର୍ଯ୍ୟକ୍ରମ ରେ ବିପି ଏମ ସୁରଜିତ ସିଂ କୁମାର, ସ୍ୱାସ୍ଥ୍ୟ ପରିଦର୍ଶକ କେତନ ପାତ୍ର,ମେରି ହେମ୍ରମ, ବିଷ୍ଣୁପ୍ରିୟା କବିର ପ୍ରମୁଖ ଉପସ୍ଥିତ ରହି ଟାସ୍କଫୋର୍ସ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।