Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାରାଷ୍ଟ୍ରର ମହାନାଟକ; ମହାରାଷ୍ଟ୍ର ସରକାରରେ ଅଜିତ ପାୱାରଙ୍କ ଏଣ୍ଟ୍ରି ପରେ ଅଡୁଆରେ ଏକନାଥ ସିନ୍ଦେ

ମୁମ୍ବାଇ: ଅଜିତ ପାୱାରଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ମିଳିବା ଓ ତାଙ୍କ ସମର୍ଥିତ ୮ଜଣ ବିଧାୟକଙ୍କୁ ମନ୍ତ୍ରୀପଦ ମିଳିବାକୁ ନେଇ ସିନ୍ଦେ ଗୋଷ୍ଠୀର ବିଧାୟକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ମୂଳ ଶିବସେନା ସହ ବିଦ୍ରୋହ କରି ଏକନାଥ ସିନ୍ଦେଙ୍କ ସହ ଯାଇଥିବା ବିଧାୟକମାନେ ଏବେ ଏକନାଥ ସିନ୍ଦେଙ୍କ ଲାଗି ଦ୍ବନ୍ଦ୍ବ ସୃଷ୍ଟି କରିପାରନ୍ତି। ଯେଉଁଥିପାଇଁ ଏବେ ଅଡୁଆରେ ପଡିଛନ୍ତି ସିଏମ୍‌ ଏକନାଥ ସିନ୍ଦେ।

ସୂଚନାନୁସାରେ, ଉଦ୍ଧବ ଠାକରେଙ୍କ ସହ ସିନ୍ଦେଙ୍କ ବିଦ୍ରୋହ ପରେ ଶିବସେନା ଦୁଇ ବିଧାୟକମାନେ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଛନ୍ତି। ମନ୍ତ୍ରୀ ହେବା ପାଇଁ କ୍ୟାବିନେଟ୍ ବିସ୍ତାରକୁ ଅପେକ୍ଷା କରିଛନ୍ତି । ମହାରାଷ୍ଟ୍ର ସରକାରରେ ଅଜିତ ପାୱାରଙ୍କ ଏଣ୍ଟ୍ରି ପରେ ବିଗିଡି ଯିବନି ତ ଖେଳ। ଏ ନେଇ ଏବେ ଚର୍ଚ୍ଚା ଲାଗି ରହିଛି।

ଅଜିତ ପାୱାର ମହାରାଷ୍ଟ୍ର ସରକାରରେ ଯୋଗ ଦେବା ପରେ ତାଙ୍କ ସମର୍ଥିତ ୮ଜଣ ବିଧାୟକଙ୍କୁ ମନ୍ତ୍ରୀପଦ ମିଳିବା ପରେ ଏବେ ସିନ୍ଦେ ଗୋଷ୍ଠୀର ବିଧାୟକମାନେ ବିରୋଧ ଆରମ୍ଭ କରିଦେଇଛନ୍ତି । ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ବର୍ଥ ଆବଣ୍ଟନ ପ୍ରସଙ୍ଗରେ ଦୁଇ ଦଳର ବିଧାୟକ ପରସ୍ପର ସହ ମୁହାଁମୁହିଁ ହୋଇଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ ନାଗପୁରରୁ ମଙ୍ଗଳବାର ବିଳମ୍ବିତ ରାତିରେ ଫେରିବାକୁ ପଡିଥିଲା। ଏସବୁ ଖବର ପାଇବା ପରେ ମଙ୍ଗଳବାର ଦିନ ମଧ୍ୟ ରାତ୍ରରେ ରାଷ୍ଟ୍ରପତିଙ୍କ ନାଗପୁର କାର୍ଯ୍ୟକ୍ରମ ବାତିଲ କରି ସିନ୍ଦେ ମୁମ୍ବାଇ ପହଞ୍ଚିଥିବା ଜଣାପଡିଛି । ଏହା ସହ ତୁରନ୍ତ ବିଧାୟକଙ୍କ ବୈଠକ ମଧ୍ୟ ଡାକିଛନ୍ତି ।

 

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ