Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋଦୀ ସରନେମ୍‌ ମାମଲା; ରାହୁଲଙ୍କୁ ବଡ ଝଟ୍‌କା; ଆବେଦନ ଖାରଜ କଲେ କୋର୍ଟ 

ନୂଆଦିଲ୍ଲୀ: ମୋଦୀ ସରନେମ୍‌ ମାମଲା ସହ ଜଡିତ ମାନହାନୀ ମାମଲାରେ ଗୁଜୁରାଟ ହାଇକୋର୍ଟରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏକ ବଡ଼ ଝଟକା ଲାଗିଛି। ରାହୁଲ ଗାନ୍ଧୀଙ୍କ ପୁନର୍ବିଚାର ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ସୁରତ କୋର୍ଟଙ୍କ ରାୟକୁ କାଏମ ରଖିଲେ ହାଇକୋର୍ଟ । ଉକ୍ତ ଆଦେଶରେ ହସ୍ତକ୍ଷେପ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି କୋର୍ଟ କହିଛନ୍ତି। ତେଣୁ ଆବେଦନ ଖାରଜ ହୋଇଛି। ଅଦାଲତ ଆହୁରି କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅତି କମରେ ୧୦ ଟି ଅପରାଧିକ ମାମଲା ବିଚାରାଧୀନ ଅଛି।

୨୦୧୯ ଲୋକସଭା ନିର୍ବାଚନ ପ୍ରଚାର ସମୟରେ କର୍ଣ୍ଣାଟକରେ ମୋଦି ସରନେମକୁ ନେଇ ରାହୁଲ ଗାନ୍ଧୀ ଯେଉଁ ବୟାନ ଦେଇଥିଲେ ତାହାକୁ ନେଇ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ ତାଙ୍କ ନାଁରେ ମାନହାନି ମୋକଦ୍ଦମା କରିଥିଲେ । ୪ ବର୍ଷ ପରେ ଗତ ୨୩ ମାର୍ଚ୍ଚରେ ସୁରତର  ନିମ୍ନ ଅଦାଲତ ଏହି ମାମଲାର ଶୁଣାଣି କରି ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷର ଦଣ୍ଡ ଦେଇଥିଲେ । 

More Stories