Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାଇରାଲ ହେଉଛି ଦେଶର ଅଗ୍ରଣୀ ବ୍ୟାଙ୍କର ଚେୟାରମ୍ୟାନଙ୍କ ଅଫର୍‌ ଲେଟର; ତାଜୁବ କରିବ ଦରମା

ନୂଆଦିଲ୍ଲୀ: ଏଚଡିଏଫସି ଲିମିଟେଡ୍ ଏଚଡିଏଫ୍‌ସି ବ୍ୟାଙ୍କ ସହ ମର୍ଜ  ପରେ ଏହାର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ଚେୟାରମ୍ୟାନ୍ ଦୀପକ ପାରେଖ। ସେ କର୍ମଚାରୀଙ୍କ ପାଇଁ ସେ ଏକ ଭାବପ୍ରବଣ ପୋଷ୍ଟ ମଧ୍ୟ ଲେଖିଥିଲେ। ଏହି ସମୟରେ ତାଙ୍କର ପ୍ରଥମ ଅଫର ଲେଟର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତେବେ ଅଫର ଲେଟରରେ ଉଲ୍ଲେଖ ଥିବା ତାଙ୍କ ମାସିକ ଦରମା କେତେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଅଫର ଲେଟର ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଦୀପକ ପାରେଖ ୨୦୨୩ ଜୁନରେ ଚେୟାରମ୍ୟାନ୍ ଭାବେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

ଏହି ଲେଟର ଅନୁଯାୟୀ ଡେପୁଟି ଜେନେରାଲ୍ ମ୍ୟାନେଜର ଭାବରେ ନିଯୁକ୍ତ ହୋଇଥିବା ପାରେଖଙ୍କ ଦରମା ଥିଲା ୩୫୦୦ ଟଙ୍କା। ଏହାସହ ୫୦୦ଟଙ୍କା ମହଙ୍ଗା ଭତ୍ତା ,୧୫ ପ୍ରତିଶତ ହାଉସିଙ୍ଗ ଆଲାଉନ୍ସ, ୧୦ ପ୍ରତିଶତ ସିସିଏ. ପିଏଫ୍, ଗ୍ରାଚୁଇଟି, ମେଡିକାଲ ଇନସୁରାନ୍ସ, ଟେଲିଫୋନ୍ ଆଲାଉନ୍ସ ଭଳି ସୁବିଧା ଲେଟରରେ ଉଲ୍ଲେଖ କରାଯାଇଥିଲା।

ଜୁଲାଇ ପହିଲାରେ ଏଚଡିଏଫସି ବ୍ୟାଙ୍କ ଏହାର ଫାଇନାନ୍ସ ଗ୍ରୁପ ସହ ମିଶିଯିବା ପରେ ବ୍ୟାଙ୍କର ସମସ୍ତ ନିବେଶକଙ୍କୁ ଟ୍ୱିଟ୍ କରି ଇସ୍ତଫା ଦେଇଛନ୍ତି ବ୍ୟାଙ୍କ ଅଧ୍ୟକ୍ଷ ଦୀପକ ପାରେଖ । ବ୍ୟାଙ୍କର ଅଗ୍ରଗତି ଦିଗରେ ପାରେଖଙ୍କ ଅବଦାନ ଅତୁଳନୀୟ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ